ଅବିଭକ୍ତ କୋରାପୁଟ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ବେଶି ଭଲ ପାଆନ୍ତି: ୫-ଟି ଅଧ୍ୟକ୍ଷ

ଜୟପୁର: ‘‘ଆମ ଓଡିଶା, ନବୀନ ଓଡିଶା’’ କାର୍ଯ୍ୟକ୍ରମରେ ଶନିବାର ଅବିଭକ୍ତ କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାର ୧୧ଟି ବିଧାନସଭାର ଲୋକଙ୍କୁ ନେଇ ଜୟପୁର ଠାରେ ପୃଥକ ପୃଥକ ଭାବେ ଦଶହରାପଡ଼ିଆ ଠାରେ ଜୟପୁର ନିର୍ବାଚନମଣ୍ଡଳୀ ଓ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ଅବିଭକ୍ତ କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାର ୧୦ଟି  ନିର୍ବାଚନମଣ୍ଡଳୀକୁ ନେଇ ସଭା କରାଯାଇଥିଲା। ଏଥିରେ ‘‘ଆମ ଓଡିଶା, ନବୀନ ଓଡିଶା’’ ଓ ୫ଟି ଅଧ୍ୟକ୍ଷ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ ଯୋଗ ଦେଇ ଜୟ ଜଗନ୍ନାଥର ନାରା ଦେବା ସହ କୋରାପୁଟିଆ ଜୁହାର ବୋଲି କହିବା ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେବା ପରେ କୋରାପୁଟ ଜିଲ୍ଲାକୁ ପ୍ରଥମ ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ କହିଛନ୍ତି‌ ଯେ, ଅବିଭକ୍ତ କୋରାପୁଟ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ବେଶି ଭଲ ପାଅନ୍ତି। ଏଣୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ହିଁ ପ୍ରଥମ କରି ଟଙ୍କିକିଆ ଚାଉଲ, ଲକ୍ଷ୍ମୀ ଯୋଜନା ଆରମ୍ଭ କରିଥିଲେ ବୋଲି ୫ଟି ଅଧ୍ୟକ୍ଷ କହିଥିଲେ। କିଛି ଲୋକଙ୍କୁ ବିକାଶ ଦେଖା ଯାଉନାହିଁ। ରୂପାନ୍ତରକୁ ଗ୍ରହଣ କରିପାରୁ ନାହାନ୍ତି। ରୂପାନ୍ତର କଥା ଆସିଲା ବେଳକୁ ସେମାନେ ଅନ୍ଧ ହୋଇ ଯାଉଛନ୍ତି। ଆଖି ଖୋଲିଲେ ସମଗ୍ର ଓଡ଼ିଶାର ସବୁଠି ବିକାଶ ଓ ରୂପାନ୍ତର ଜଳଜଳ ହୋଇ ଦେଖାଯିବ। ଶିକ୍ଷାରୁ ସ୍ବାସ୍ଥ୍ୟସେବା, ଗମନାଗମନରୁ ଐତିହ୍ୟସ୍ଥଳୀର ସୌନ୍ଦର୍ଯ୍ୟୀକରଣ କାମ ହାତକୁ ନିଆଯାଉଛି।

ବିକାଶର ନୂଆ ଅଧ୍ୟାୟ ଲେଖୁଛି ଓଡ଼ିଶା। ଐତିହାସିକ ରୂପାନ୍ତର ଦେଖି ବି କିଛି ଲୋକ ବାରମ୍ବାର ଅପପ୍ରଚାର କରୁଛନ୍ତି ବୋଲି ୫-ଟି ଅଧ୍ୟକ୍ଷ ଶ୍ରୀ ପଣ୍ଡିଆନ କହିବା ସହ କଟାକ୍ଷ କରିଥିଲେ। ଜୟପୁରର ଜଗନ୍ନାଥ ସାଗର, କୋଟପାଡର ଦମୟନ୍ତୀ ସାଗର, ପବିତ୍ର ଶୌବପୀଠ ଗୁପ୍ତେଶ୍ବର, ଜଗନ୍ନାଥ ମନ୍ଦିର, ମସଜିଦ, ଚର୍ଚ୍ଚ ଆଦିର ରୁପାନ୍ତରଣ ଜାରୀ ରହିଛି। ସ୍ମାର୍ଟ କ୍ଲାସରୁମ୍, ଇ-ଲାଇବ୍ରେରି ସାଙ୍ଗକୁ ବିଭିନ୍ନ ସୁବିଧା ସହ ସ୍କୁଲ ଓ କଲେଜର  ରୂପାନ୍ତର ହୋଇଛି। ବଡ଼ ସ୍ବପ୍ନ ଦେଖିବାକୁ ଗରିବଙ୍କୁ ଆଜି ସଶକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା ବଡ଼ ଡାକ୍ତରଖାନାରେ ଗରିବଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ମିଳି ପାରୁଛି। ଲକ୍ଷ୍ମୀବସ୍‌ ଯୋଜନା, ପଞ୍ଚାୟତରୁ ବ୍ଲକ ହେଡକ୍ବାର୍ଟର୍ସକୁ ଲକ୍ଷ୍ମୀ ବସ୍‌ରେ ମା’ ମାନଙ୍କ ପାଇଁ ଟିକେଟର ଦାମ ୫ ଟଙ୍କା ରହିଛି। ଛାତ୍ରଛାତ୍ରୀମାନେ ମଧ୍ୟ ଏହାର ସୁଯୋଗ ନିଅନ୍ତୁ ବୋଲି କହିଥିଲେ। ରାସ୍ତା ଓ ସେତୁ ନିର୍ମାଣ ଦ୍ବାରା ଗମନାଗମନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଏସବୁ ରୂପାନ୍ତର କିଛି ଲୋକଙ୍କୁ ଦିଶୁନି, ତେବେ ସେମାନେ ଆଖି ଖୋଲିବା ଦରକାର ବୋଲି ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ତିଆନ କହିଛନ୍ତି।

ସ୍କୁଲ୍‌, କଲେଜ, ମଠ, ମନ୍ଦିର, ମସଜିଦ୍‌, ଚର୍ଚ୍ଚ ସମେତ ଐତିହ୍ୟସ୍ଥଳୀ ଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ଚାଲୁ ରହିଛି। ଯେଉଁ ଠାରେ କମ୍ ଅନୁଦାନ ମିଳିଛି ସେଠାରେ ଦ୍ବିତୀୟ ପର୍ଯ୍ୟାୟ ଅନୁଦାନ ଦିଆଯିବ। ମିଳିଥିବା ସମସ୍ତ ଅଭିଯୋଗଗୁଡିକୁ ସେ ନିଜ କାନ୍ଧରେ କାନ୍ଧେଇ ମାତ୍ର ସପ୍ତାହକ ମଧ୍ୟରେ ଏସବୁର ସମାଧାନ କରାଯିବ ବୋଲି କହିଥିଲେ ୫ଟି ଅଧ୍ୟକ୍ଷ।  ମୁଖ୍ୟମନ୍ତ୍ରୀ  ଅବିଭକ୍ତ କୋରାପୁଟ ଜିଲ୍ଲାର ଉନ୍ନତି ପାଇଁ ଅହରହ ଉଦ୍ୟମ କରି ୨୪ରୁ ୧୬ଘଣ୍ଟା ପରିଶ୍ରମ କରୁଛନ୍ତି। ଉଚ୍ଚଶିକ୍ଷା ପାଇଁ କୋରାପୁଟରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କରିବା ସହ ଜୟପୁରରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ କରିଛନ୍ତି। କୋରାପୁଟରେ ମେଡିକାଲ କଲେଜ ସ୍ଥାପନ ପ‌ରେ ଜୟପୁରକୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ସହ  ୭ମହଲାର ଅତ୍ୟାଧୁନିକ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ନିର୍ମାଣ ଜାରି ରହିଛି।

ଜୟପୁରରେ ବିମାନବନ୍ଦର ସ୍ଥାପନ କରି ୨ଟି ବିମାନ ଚଳାଚଳ କରାଇଥିବା ବେଳେ ମାଲକାନଗିରୀରେ ନିର୍ମାଣାଧୀନ ରହିଛି। ଗତ ପଂଚାୟତ ନିର୍ବାଚନରେ ଯଦିଓ ସପଳତା ପାଇଥିଲେ ହେଁ ଏବେ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କୁ ପୁଣିଥରେ ଆର୍ଶିବାଦ ଦେବାର ସମୟ ଆସିଛି ବୋଲି ଆହ୍ବାନ ଦେଇଥିଲେ। ବିଭିନ୍ନ ବିକାଶ ମୂଳକ ସରକାରୀ ଯୋଜନା ଗୁଡିକୁ ଗ୍ରାମାଂଚଳର ତୃଣମୂଳସ୍ତରରେ ଯେଭଳି ପହଚିଂପାରିବ ସେ ଦିଗରେ ସଂପୁର୍ଣ୍ଣ ପ୍ରୟାସ କରିବାକୁ କର୍ଣ୍ଣମନ୍ତ୍ର ଦେଇଥିଲେ। ଦଶହରାପଡ଼ିଆ‌ରେ ବିଜେଡି ନେତ୍ରୀ ଡ.ଇନ୍ଦିରାନନ୍ଦଙ୍କ ନେତୃତ୍ବରେ ପୂର୍ବତନମନ୍ତ୍ରୀ ରବିନାରାୟଣ ନନ୍ଦ କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟପୁରୋଧା ସାଜିବା ସହ ନିଜ ଶକ୍ତି ପ୍ରଦର୍ଶନ କରିଥିଲେ।

ସେଭଳି ସରକାରୀ ଉଚ୍ଚବିଦ୍ୟାଳୟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୧୦ଟି ନିର୍ବାଚନମଣ୍ଡଳୀକୁ ନେଇ ଆୟୋଜନ କରାଯାଇଥିଲା। ଉଭୟ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି),  ମହିଳା ବିଜେଡି ପର୍ଯ୍ୟବେକ୍ଷକ ମୀରା ପରିଡା, ଯୁବ ନେତା ପ୍ରକାଶ ମହାନ୍ତି ଉପସ୍ଥିତ ରହିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ଇଶ୍ବର ପାଣିଗ୍ରାହୀ,ଜିଲ୍ଲା ସଭାପତି ଝିନ୍ନ ହିକକା, ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ରଘୁରାମ ପଡାଲ, ମନୋହର ରନ୍ଧାରୀ, ପ୍ରୀତମ ପାଡି, ପଦ୍ମିନୀ ଦିଆନ, ପ୍ରଭୁଜାନୀ, ପୂର୍ଣ୍ଣଚନ୍ଦ୍ର ବାକା, ପ୍ରକାଶ ଚନ୍ଦ୍ର ମାଝି, ସଦାଶିବ ପ୍ରଧାନ, ଏସଡିସି ଉପଦେଷ୍ଟା ପ୍ରଦୀପ ମାଝୀ,  ଜିଲ୍ଲା ଏସଡିସି ଉପଦେଷ୍ଟା ଚନ୍ଦ୍ର ଶେଖର ମାଝୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସଷ୍ମିତ‌ା ମେଲକା, ମୋତିରାମ ନାୟକ, ଉପାଧ୍ୟକ୍ଷ ରାଧାବିନୋଦ ସାମନ୍ତରାୟ, ପୌର ଉପାଧ୍ୟକ୍ଷା ବି.ସୁନିତା, ଲଲାଟରଂଜନ ସେଠୀ, ହର ପ୍ରସାଦ ମିଶ୍ରଙ୍କ ସହ ବହୁ ବିଜେଡିର ନେତା ଭାଗ ନେଇଥିଲେ।

ଜିଲ୍ଲା ପୁଲିସ ପକ୍ଷରୁ ଏସପି ଅଭିନବ ସୋନକର, ଜୟପୁର ଏସଡିପିଓ ହରିଶା ବି.ସି, ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ବରେ ୧୦ପ୍ଲାଟୁନ୍ ପୁଲିସ ‌ସହ ବୋମା ନିଷ୍କ୍ରୟକାରୀ ସ୍କ୍ବାର୍ଡ, ଡଗ୍ ସ୍କ୍ବାର୍ଡ, ୨ଜଣ ଆଡିସନାଲ ଏସପି, ୬ଜଣ ଡିଏସପି, ୧୫ଜଣ ଇନିସପେକ୍ଟର, ୩୦ଜଣ ଏସଆଇଙ୍କ ସହ ଆଉ ୫୦ଜଣ ବିଭିନ୍ନ ପଦବୀର ଅଧିକାରୀ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ରାଜ୍ୟ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା, ଜିଲ୍ଲାପାଳ ମହମ୍ମଦ ଆବଦ୍ଦଲ ଆକ୍ତର, ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ବିଡିଓ ଶକ୍ତି ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

 

 

ସମ୍ବନ୍ଧିତ ଖବର