ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେଲେ ୬୨ ପରିବାରର ଶତାଧିକ ଲୋକ

ବସ୍ତା: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କାଦରାୟାଁ ପଞ୍ଚାୟତର ବାବୁଲ ମିଆଁଙ୍କ ଘର ନିକଟରେ କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କାଦରାୟାଁ ପଞ୍ଚାୟତରେ ୬୨ ପରିବାରର ଶତାଧିକ ଲୋକ ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସରେ ମିଶିବା ପରେ ନେତୃତ୍ବ ମଣ୍ଡଳୀ ଦଳୀୟ ଟୋପି ଓ ଫୁଲମାଳ ଦେଇ ସେମାନଙ୍କୁ ସ୍ବାଗତ କରିଛନ୍ତି। ବିଜେଡି ଛାଡ଼ିଥିବା ପ୍ରମୁଖ ଲୋକଙ୍କ ମଧ୍ୟରେ କାଦରାୟାଁ ପଞ୍ଚାୟତର ଅଜଗର ଅଲ୍ଲୀ, କଲିମ ମିଆଁ, ସେକ ହାକିମୁଦ୍ଦିନ, ସେକ କେପସୁଦ୍ଦିନ, ସେକ ନେମାଜୀ, ସେକ ରଫିକ, ସେକ ତାଜମୁଲ, ସେକ କେତାମୁଦ୍ଦିନ, ସେକ ସାରିମୁଦ୍ଦିନ, ସେକ ଜୟନୁଲ, ସେକ ବବଲୁ, ସେକ ମୁସତଫା, ସେକ ଚାନ୍ଦୁଆ ପ୍ରମୁଖ ୬୨ ପରିବାରର ସଦସ୍ୟମାନେ ବିଜେଡିର ଏକତରଫା ଶାସନକୁ ବିରୋଧ କରି କଂଗ୍ରେସ ଦଳ ସହିତ ସାମିଲ୍ ହୋଇଥିବା କହିଛନ୍ତି।

ବାଲେଶ୍ବର ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ଜେନାଙ୍କ ସଭାପତିତ୍ବରେ କଂଗ୍ରେସ ସଭାପତି ସଞ୍ଜିବ ଗିରି, ସଂଖ୍ୟାଲଘୁ ସମ୍ପ୍ରଦାୟର ସଭାପତି ଇଜାମୁଲ ହକ, ବରିଷ୍ଠ ନେତା ସୁଦର୍ଶନ ଦାସ, ଜଳେଶ୍ଵର ବ୍ଲକ ସଭାପତି ରାଜୀବ ପରିଡ଼ା, ବସ୍ତା ବ୍ଲକ୍ ସଭାପତି ସତ୍ୟନାରାୟଣ ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ। କଂଗ୍ରେସ ଦଳର ସୁଦୀର୍ଘ ଦିନର ଶାସନ ବ୍ୟାଖ୍ୟା କରିବା ସହିତ ଉଭୟେ ବିଜେଡି ଓ ବିଜେପି ସରକାରକୁ ସମାଲୋଚନା କରିଥିଲେ। କଂଗ୍ରେସ ଶାସନ ସମୟରେ ଯାହାସବୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିଲା, କେନ୍ଦ୍ରରେ ବିଜେପି ସରକାର ଏବଂ ରାଜ୍ୟର ବିଜେଡି ସରକାର ସେସବୁକୁ ବିକ୍ରି କରିଚାଲିଛନ୍ତି। ତେଣୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ପୁଣି ଥରେ କ୍ଷମତା ଦଖଲ କରିବ ଏବଂ ଦେଶକୁ ଦୁର୍ଦ୍ଦିନରୁ ରକ୍ଷା କରିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର