ପୁରୀ ସ୍ୱର୍ଗଦ୍ୱାରରୁ ହଟିବ ବିଜୁବାବୁଙ୍କ ସମାଧି

ଭୁବନେଶ୍ୱର: ପୁରୀ ସ୍ୱର୍ଗଦ୍ୱାରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧି ହଟିବ। ସ୍ୱର୍ଗଦ୍ୱାରରୁ ବିଜୁବାବୁଙ୍କ ସମାଧି ଉଠାଯାଇ, ଏଠାରେ କେବଳ ଏକ ସ୍ମୁତି ଫଳକଟିଏ ରଖାଯିବ। ସ୍ୱର୍ଗଦ୍ୱାର ସଂପୂର୍ଣ୍ଣ ଭାବେ ସାଧାରଣ ଲୋକଙ୍କ ସେବା ପାଇଁ ସମର୍ପିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱର୍ଗଦ୍ୱାର ବିକାଶ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ସଂଜୟ ଦାସ ବର୍ମା ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ। ଫୋନିକ୍ସ ଫାଉଣ୍ଡେସନ ସହଯୋଗରେ ଏହି ବିକାଶ ମୂଳକ କାମ କରାଯିବ।

ଆଜି ସନ୍ଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପୁରୀ ସ୍ୱର୍ଗଦ୍ୱାରର ବିକାଶ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସାମୁଦ୍ରିକ ବାତ୍ୟା ‘ଫନି’ ପରେ ସ୍ୱର୍ଗଦ୍ୱାରର ବହୁତ କ୍ଷତି ହୋଇଥିଲା। ତେଣୁ ଏହାର ସାମଗ୍ରୀକ ବିକାଶ ପାଇଁ ରାଜ୍ୟ ସରକାର କାମ ହାତକୁ ନେଇଛନ୍ତି। ଏଥିରେ ଶବଦାହ ଠାରୁ ଆରମ୍ଭ କରି ଶବ ବାହକମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିବ।

ସମ୍ବନ୍ଧିତ ଖବର