ବିବାଦ ସମାଧାନ ପାଇଁ ଡାକି ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ପୁରୁଷୋତ୍ତମପୁର : ହିଞ୍ଜିଳିକାଟୁ ଥାନା ଇଲାକାର ଜଣେ ସ୍ବାମୀ ପରିତ୍ୟକ୍ତ ମହିଳା (୨୭)ଙ୍କୁ କୌଣସି ଏକ ବିବାଦର ସମାଧାନ ପାଇଁ ପୁରୁଷୋତ୍ତମପୁର ଥାନା ଅଧୀନ ଏକ ଗ୍ରାମକୁ ଡାକି ଦୁଷ୍କର୍ମ ଅଭିଯୋଗ ହୋଇଛି। ଏନେଇ କେସ୍ ନମ୍ବର ୮୦୨/୨୨ ଅନୁସାରେ ମାମଲା ରୁଜୁ ସହ ଅଭିଯୁକ୍ତ ଇ.ଚେନ୍ନେୟା (୫୫)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନାନୁସାରେ, ଅଭିଯୋଗକାରିଣୀଙ୍କୁ ପଡ଼ୋଶୀ ଚେନ୍ନେୟା ଗତକାଲି ଏକ ବିବାଦର ସମାଧାନ ପାଇଁ ପୁରୁଷୋତ୍ତପୁର ଥାନା ଅଧୀନ ଏକ ଗ୍ରାମକୁ ଡାକିଥିଲା।

ମହିଳାଜଣକ ପହଞ୍ଚିବା ପରେ ସେ ସଞ୍ଜୟ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଭଡ଼ାଘରକୁ ନେଇଯାଇ ଦୁଷ୍କର୍ମ କରିଥିଲା। ଫଳରେ ସେ ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଥିଲେ। ଚେନ୍ନେୟା ଓ ଅଭିଯୋଗକାରିଣୀଙ୍କୁ ପୁରୁଷୋତ୍ତମପୁର ପୁଲିସ ଡାକ୍ତରୀ ମାଇନା କରିଥିଲା। ଏହାସହ ଉକ୍ତ ଘରେ ସାଇଣ୍ଟିଫିକ୍ ଟିମ୍ ସନ୍ଧାନୀ କୁକୁର ସହ ପହଞ୍ଚି ଛାନଭିନ୍ କରିଥିଲା। ଆଜି ଚେନ୍ନେୟାକୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି। ସେକେଣ୍ଡ୍ ଅଫିସର୍ ଆଦିତ୍ୟନାରାୟଣ ପାତ୍ର ତଦନ୍ତ ଭାର ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର