ହିଞ୍ଜିଳିରେ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିସି ମାଧ୍ୟମରେ ହିଞ୍ଜିଳିକାଟୁ ପୌରପରିଷଦରେ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିସନ୍‌’ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ୬୨ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ମେଗା ପ୍ଲାଣ୍ଟ୍ ଦ୍ବାରା ପ୍ରତି ଘରକୁ ୨୪ ଘଣ୍ଟିଆ ଜଳଯୋଗାଣ ହେବ। ୨୦୨୫ ମସିହା ଡିସେମ୍ବର ସୁଦ୍ଧା ଏହି ପ୍ଲାଣ୍ଟ୍ ନିର୍ମାଣ କାମ ଶେଷ ହେବ ବୋଲି ସୂଚନା ମିଳିଛି।

ହିଞ୍ଜିଳିକାଟୁ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲିଚରଣ ବେହେରା, ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ ପରିଡ଼ା, ୱାଟ୍‌କୋ ଆସିଷ୍ଟାଣ୍ଟ୍ ମ୍ୟାନେଜର୍ ଶ୍ରୀଧର ଦାସ, ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା,  ଗ୍ରିଟ୍ ଅଧ୍ୟକ୍ଷ ପବିତ୍ରମୋହନ ପାଣିଗ୍ରାହୀ, ବ୍ଲକ୍ ଅଧ୍ୟକ୍ଷା  ସରସ୍ବତୀ ସେଠୀ, ବ୍ଲକ୍ ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ, ନଗର ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ, ନଗର ବିଜେଡି ସଭାପତି ଭୀମସେନ ବେହେରାଙ୍କ  ସମସ୍ତ କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ, ପୌରପରିଷଦର କନିଷ୍ଠଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ଦିଲ୍ଲୀପ କୁମାର ମିଶ୍ର ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର