ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ

କଟକ : କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର କଏଦୀ ସୁନିଲ ମୁଣ୍ଡାର ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି। ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ସୁନୀଲ ମୁଣ୍ଡାର ଘର ଯୋଡ଼ା ଥାନା ଆଜାଦ ବସ୍ତିରେ। ୨୦୦୭ ମସିହାରେ ଏକ ହତ୍ୟା ମାମଲାରେ ଗିରଫ ହୋଇଥିବା ସୁନିଲ କେନ୍ଦୁଝର ମୁଖ୍ୟ କାରାଗାରରେ ସଜା କଟୁଥିଲେ । ସଜା କାଟିବା ସମୟରେ ତାଙ୍କର ମାନସିକ ସ୍ଥିତି ବିଗିଡ଼ି ଯାଇଥିଲା। ଗତମାସ ୨୬ ତାରିଖ ସକାଳେ ତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବଂ ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ଏସ୍‌ସିବି ନ୍ୟୁମେଡିସିନ୍‌ ବିଭାଗରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସୁନିଲର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର