ବଡଗଡ ଏନକାଉଣ୍ଟଟରରେ ଆସିଲା ନୂଆ ଖିଅ: ରାତିରେ ରାହାଜାନି, ଦିନରେ କରୁଥିଲେ ନକଲି ମଦ ବେପାର

ଭୁବନେଶ୍ବର: ରାତିରେ କରୁଥିଲେ ରାହାଜାନି, ଆଉ ସକାଳ ହେଲେ ଚାଲୁଥିଲା ନକଲି ମଦ ତିଆରି । ରାଜଧାନୀରେ ଶନିବାର ବିଳମ୍ବିତ ରାତିରେ ବଡଗଡ ଏନକାଉଣ୍ଟର ପଛରେ ଏପରି କିଛି ନୂଆ ଖିଅ ପାଇଛି କମିଶନରେଟ୍ ପୁଲିସ ।

ଗତକାଲି ବଡଗଡ ଅଞ୍ଚଳରେ ବିଳମ୍ବିତ ରାତିରେ ଦୁଇ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରିବା ପରେ ଖୋଳତାଡ ଆରମ୍ଭ କରିଥିଲା ପୁଲିସ । ଦୁଇ ଜଣଙ୍କ ଗୋଡରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଧିକ ଛାନଭିନ୍ ବେଳେ ଜଣାପଡିଥିଲା ଏମାନଙ୍କର ପଛରେ ରହିଛି ଚୋରା ମଦ ବ୍ୟବସାୟର ଲିଙ୍କ୍ ।

ରାଜଧାନୀରେ ଘରଭଡା ନେଇ ଏମାନେ  ଚୋରା ମଦ ବ୍ୟବସାୟ ଚଳାଇ ଆସୁଥିଲେ । ବାପୁଜୀ ହାଇଟସ୍ ଆପାର୍ଟମେଂଟରେ ଘର ଭଡା ନେଇ ଚୋରା ମଦ ତିଆରି କରୁଥିଲେ। ରାତିରେ ଚଳାଇଥିଲେ ରାହାଜାନି, ଆଉ ଦିନରେ ଚାଲିଥିଲା ନକଲି ମଦ ବେପାର । ବାପୁଜୀ ହାଇଟସ୍ ଆପାର୍ଟମେଂଟରେ ଚଢାଉ ବେଳେ ବହୁ ପରିମାଣର ନକଲି ମଦ ତିଆରି ସାମଗ୍ରୀ ଜବତ କରିଛି ପୁଲିସ ।

ସମ୍ବନ୍ଧିତ ଖବର