ଅଯୋଗ୍ୟ ଚାଷୀଙ୍କୁ ଋଣଛାଡ଼ ମାମଲା: ୫ ପୂର୍ବତନ ଲ୍ୟାମ୍ପ୍‌ସ ପରିଚାଳକଙ୍କୁ ୩ ବର୍ଷ ଜେଲ୍‌

ବାରିପଦା: ଅଯୋଗ୍ୟ ଚାଷୀଙ୍କୁ ଲକ୍ଷାଧିକ ଟଙ୍କା ଋଣଛାଡ଼ ମାମଲାର ବିଚାର କରି ବିଭିନ୍ନ ଲ୍ୟାମ୍ପ୍‌ସର ୫ ଜଣ ପୂର୍ବତନ ଶାଖା ପରିଚାଳକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବାରିପଦ‌ା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଡ.ପ୍ରସନ୍ନ କୁମାର ପଣ୍ଡା। ସମସ୍ତଙ୍କୁ ୩ ବର୍ଷ ଲେଖା ଜେଲ୍‌, ୧୦ ହଜାର ଟଙ୍କା ଜରିମାନା ଓ ଏହି ଅର୍ଥ ଅନାଦେୟ ଅଧିକ ୨ ମାସ ଜେଲ୍‌ଦଣ୍ଡ ଭ‌ୋଗିବାକୁ ରାୟରେ ଉଲ୍ଲେଖ ରହିଛି।

ସୂଚନା‌ଯୋଗ୍ୟ; ୨୦୦୭-୦୮ ମସିହାରେ ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଋଣଛାଡ଼ କରିଥିଲେ। ତେବେ ଯୋଗ୍ୟ ଚ‌ାଷୀଙ୍କ ଋଣଛାଡ଼ ନ କରି ବୈଶିଙ୍ଗା ଲ୍ୟାମ୍ପ୍‌ସର ପୂର୍ବତନ ନିର୍ଦ୍ଦେଶକ ସିଦ୍ଧେଶ୍ବର ବାରିକ ଓ ଶାଖା ପରିଚାଳକ ମୁକୁନ୍ଦ ପ୍ରସାଦ ଦାସ, ଗଡ଼ଦେଉଳି ଶାଖାର ପୂର୍ବତନ ପରିଚାଳକ ବେଣୁଧର ନାଥ, ପାଟଳିପୁରା ଶାଖାର ହରିହର ଦାସ, ପୁରୁଣିଆ ଶାଖାର ଅଶୋକ କୁମାର ମହାପାତ୍ର ଅଯୋଗ୍ୟ ଚାଷୀଙ୍କ ଋଣଛାଡ଼ କରିଥିଲେ। ଏହି କାର୍‌ସାଦି ଫଳରେ ୧୦ ଲକ୍ଷରୁ ଅଧିକ ଟଙ୍କା କ୍ଷତି ସହିଥିଲେ ସରକାର। ଏ ସଂକ୍ରାନ୍ତରେ ଯୋଗ୍ୟ ଚାଷୀମାନେ ଅଭିଯୋଗ କରିବା ପରେ ଭିଜିଲାନ୍‌ସ ପକ୍ଷରୁ ତନାଘନା ହୋଇଥିଲା। ପ୍ରମାଣ ମିଳିବା ପରେ ଅଭି‌ଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଭିଜିଲାନ୍‌ସ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଶାନ୍ତନୁ କୁମାର ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର