ଖରାପ ପାଗ ଯୋଗୁ ଉଡ଼ିଲାନି ବିମାନ

ଜୟପୁର : ଖରାପ ପାଗର ପ୍ରଭାବ ପୁଣି ବିମାନସେବା ଉପରେ ପଡ଼ିଛି। ଆଜି ଜୟପୁର ଏୟାରପୋର୍ଟରୁ ବିଶାଖାପାଟଣା ପର୍ଯ୍ୟନ୍ତ ଇଣ୍ଡିଆ ୱାନ୍‌ କଂପାନିର ବିମାନ ଚଳାଚଳ କରିନାହିଁ। ଏମିତି ପାଗ ଯଦି ରହିବ, ତେବେ ଆସନ୍ତାକାଲି ମଧ୍ୟ ସେବା ବନ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ଭୁବନେଶ୍ବର ଏୟାରପୋର୍ଟରୁ ବାହାରୁଥିବା ଇଣ୍ଡିଆ ୱାନ୍‌ କଂପାନିର ବିମାନ ଆଜି ନିର୍ଦ୍ଧାରିତ ସମୟରେ ଉଡ଼ାଣ ଭରି ପାରିନଥିଲା। ଭୁବନେଶ୍ବରରେ ପ୍ରବଳ ବର୍ଷା କାରଣରୁ ବିଳମ୍ବରେ ଏୟାରପୋର୍ଟ ଛାଡ଼ିବା ସହ ଜୟପୁର ଏୟାରପୋର୍ଟରେ ମଧ୍ୟ ନିର୍ଦ୍ଧାରିତ ସମୟ ସୁଦ୍ଧା ପହଞ୍ଚି ପାରିନଥିଲା। ତଥାପି ଜୟପୁରରେ ବିଳମ୍ବରେ ଅବତରଣ କରିବା ପରେ ବିଶାଖାପାଟଣା ପାଇଁ ଟିକେଟ୍‌ କରିଥିବା ଯାତ୍ରୀ ନିଜନିଜ ସିଟ୍‌ରେ ବସି ସାରିଥିଲେ। ଉଡ଼ାଣ ଭରିବା ପୂର୍ବରୁ ‌କଣ୍ଟ୍ରୋଲ ରୁମ୍‌କୁ ଯୋଗାଯୋଗ କରିବାରୁ ପାଗ ଖରାପ ରହିଥିବା ନେଇ ଅବଗତ କରାଯାଇଥିଲା। ବିମାନ କଂପାନିର ବୈଷୟିକ ଟିମ୍ ପାଣିପାଗ ସଂପର୍କିତ ସୂଚନା ଦେବାପରେ ଶେଷ ମୁହୂର୍ତ୍ତରେ ସେବାକୁ ବାତିଲ କରାଯାଇଥିଲା।

ସମ୍ବନ୍ଧିତ ଖବର