ନୋ ଏଣ୍ଟ୍ରି ସମୟରେ ଯାଉଛି ଶତାଧିକ ଭାରୀଯାନ; ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ

ଜଣେ ହୋମଗାର୍ଡ ନିୟୋଜିତ, ରାସ୍ତାରେ ରହୁଛି ଭିଡ଼

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହର ଦେଇ ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଯାଇଛି । ଅଧିକାଂଶ ବିଦ୍ୟାଳୟ ଓ କଲେଜ ଜାତୀୟ ରାଜପଥ ପାର୍ଶ୍ବରେ ଥିବାରୁ ଛାତ୍ରଛାତ୍ରୀମାନେ ଭୟବୀତ ହୋଇ ବିପଦ ଜନକ ଭାବେ ରାସ୍ତା ପାରିହେବା ସହିତ ଯିବାଆସିବା କରିଥାନ୍ତି। ଫଳରେ ବିଭିନ୍ନ ସମୟରେ ଛୋଟବଡ଼ ଦୂର୍ଘଟଣା ଘଟିଥାଏ।

ତେବେ ସ୍ଥାନୀୟ ପୁଲିସ ପ୍ରଶାସନ ରାଇରଙ୍ଗପୁର ସହର ସନ୍ନିକଟ ପୁରୁଣାଘାଟି ପେଟ୍ରୋଲ ପମ୍ପଠାରୁ ଭାଲୁବସା ପର୍ଯ୍ୟନ୍ତ ଶତାଧିକ ଲୁହାପଥର ବଝେଇ ଟ୍ରକ୍ ରାସ୍ତା ଉପରେ ବେଆଇନ ଭାବେ ପାକିଂ ହୋଇଥାଏ। କୌଣସି ଟ୍ରକ୍ ପାର୍କିିଂ ଲାଇଟ୍ ଜଳାଉ ନଥିବାରୁ ରାତ୍ରୀ ସମୟରେ ପଥଚାରୀମାନେ ଜାଣି ନପାରି ଟ୍ରକକୁ ଧକ୍କା ଦେଇ ଗୁରୁତର ଆହତ ହୋଇଥାନ୍ତି। ଗତ ୬ ମାସ ମଧ୍ୟରେ ୧୦ ରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ମଧ୍ୟ ହୋଇଛନ୍ତି। ଏହାବ୍ୟତୀତ ଦିନ ସମୟରେ ମଧ୍ୟ ଭାରିଯାନ ଗୁଡିକ ଉକ୍ତ ସ୍ଥାନରେ ଧାଡି ବାନ୍ଧି ଛିଡା ହେଉଥିବାରୁ ଦୁଇ ଥାକ ବିଶିଷ୍ଟ ରାସ୍ତାରେ ଅନ୍ୟ ଏକ ଯାନ ଉକ୍ତ ରାସ୍ତାଦେଇ ପାରହେଉଥିବା ସମୟରେ ଅନ୍ୟ ଯାନ ଗୁଡିକ ଯିବା ଆସିବା କରିବାରେ ଅସୁବିଧା ହୁଏ।

ରାଇରଙ୍ଗପୁର ଟାଉନ ଥାନା ପକ୍ଷରୁ ଏକ ହୋର୍ମଗାର୍ଡ ନିୟଜିତ ରହୁଥିଲେ ମଧ୍ୟ ତାହାକୁ ବିରୋଧ କରନ୍ତି ନାହିଁ । ନୋ ପାର୍କିଂ ଜୋନରେ ଦୀର୍ଘ ସମୟ ଧରି ଶତାଧିକ ଯାନ ବେଆଇନ୍ ଭାବେ ଛିଡା ହେଉଥିଲେ ମଧ୍ୟ ପୁଲିସ ପ୍ରଶାସନ କିମ୍ବା ପରିବହନ ବିଭାଗ ପକ୍ଷରୁ କୌଣସି ଚାଲାଣ ମଧ୍ୟ କଟା ଯାଉନଥିବାରୁ ବୁଦ୍ଧିଜୀବୀ ମହଲରେ ନାନା ପ୍ରଶ୍ନ ଉଠୁଛି। ତେବେ ଯଥାଶିଘ୍ର ଉକ୍ତ ଟ୍ରକ୍ ଗୁଡିକ ଅନ୍ୟ ସ୍ଥାନରେ ପାର୍କିଂର ବ୍ୟବସ୍ଥା କରାଯାଉ ବୋଲି ଦାବି ହେଉଛି। ସମାନ ସମୟରେ ଅଧିକାଂଶ ବିଦ୍ୟାଳୟ ଛୁଟି ହେଉଥିବାରୁ ଛାତ୍ରଛାତ୍ରୀଙ୍କ ଭିଡ ଜମୁଛି। ସମାନ ସମୟରେ ହଜାର ହଜାର ଛାତ୍ରଛାତ୍ରୀ ଏକା ସହିତ ରାଜରାସ୍ତାରେ ଯାତାୟତ କରୁଥିବାରୁ ଦ୍ରୁତଗତିରେ ଯାତାୟତ କରୁଥିବା ଭାରିଯାନରେ ଦୂର୍ଘଟଣା ପ୍ରତି ଭୟ ରହିଛି ଏଣୁ ନୋ ଏନ୍ଟ୍ରି ସମୟକୁ ପରିବର୍ତନ ପାଇଁ ଅଭିଭାବକ ମହଲରେ ଦାବି ହେଉଛି।

 

ସମ୍ବନ୍ଧିତ ଖବର