ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ବିଶ୍ୱ ସାହିତ୍ୟରେ ବିଶ୍ୱର ଅନୁସନ୍ଧାନ’ ସମ୍ମିଳନୀ ସମ୍ପନ୍ନ 

କୋରାପୁଟ: ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ୨୦୨୪ ମାର୍ଚ୍ଚ ୭ରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଅନ୍ତର୍ଜାତୀୟ ସମ୍ମିଳନୀ ‘ବିୟଣ୍ଡ ହୋରିଜିନ୍ସ: ବିଶ୍ୱ ସାହିତ୍ୟରେ ବିଶ୍ୱର ଅନୁସନ୍ଧାନ’ର ସଫଳତାର ସହ ସମାପନ ହୋଇଯାଇଛି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଇଂରାଜୀ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀ ସାହିତ୍ୟିକ, ଗବେଷକ, ବିଦ୍ଵାନ ଓ ଉତ୍ସାହୀମାନଙ୍କ ପାଇଁ ବିଶ୍ୱ ସାହିତ୍ୟର ବହୁମୁଖୀ ଓ ଉତ୍କୃଷ୍ଟ କ୍ଷେତ୍ର ଉପରେ ଆଲୋକପାତ କରିବା ପାଇଁ ଏକ ସମାବେଶ ସ୍ଥଳ ଭାବେ କାର୍ଯ୍ୟ କରିଥିଲା।

ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାପନୀ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆମେରିକାର ଇଡାହୋ ଷ୍ଟେଟ୍ ୟୁନିଭର୍ସିଟିର ପ୍ରଫେସର ଆଲାନ୍ ଜନସନ, ସିୟୁଓସ୍ଥିତ ସ୍କୁଲ୍ ଅଫ୍ ଲାଙ୍ଗୁଏଜ୍ ର ଡିନ୍ ପ୍ରଫେସର ଏନ୍ ସି ପଣ୍ଡା ଓ ସମ୍ମିଳନୀ ଆବାହକ ତଥା ଇଂରାଜୀ ଭାଷା ଓ ସାହିତ୍ୟ ବିଭାଗ ର ମୁଖ୍ୟ ଡ. ନିର୍ଝରିନି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଫେସର ତ୍ରିପାଠୀ ତାଙ୍କ ଅଭିଭାଷଣରେ ସାହିତ୍ୟରେ ବର୍ଣ୍ଣିତ ମାନବ ଚରିତ୍ର ଓ ନୈତିକ ନୈତିକତାର ଗୁରୁତ୍ବ ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଷୟିକ ଜ୍ଞାନକୌଶଳ ଓ ବିଜ୍ଞାନର ଦ୍ରୁତ ଅଗ୍ରଗତି କିପରି ମାନବ ଚିନ୍ତାଧାରାକୁ ଯଥେଷ୍ଟ ପ୍ରଭାବିତ କରିଛି, ଯାହା ଧୀରେ ଧୀରେ ସାଥୀ ମାନବ ମାନବଙ୍କ ଉପରେ ବିଶ୍ୱାସ ହ୍ରାସ କରିବା ସହ ମେସିନ୍ ଉପରେ ନିର୍ଭରଶୀଳତା ବୃଦ୍ଧି କରୁଛି ବୋଲି ସେ ଆଲୋକପାତ କରିଥିଲେ। ମାନବିକତାର ସମ୍ଭାବ୍ୟ ବିନାଶ କୁ ନେଇ ଉଦ୍ ବେଗ ପ୍ରକାଶ କରି ସେ କହିଥିଲେ ଯେ ଏଭଳି ସମୟରେ ସାହିତ୍ୟ ଏକ ଆଶାର କିରଣ ଭାବେ ଠିଆ ହୋଇଛି, ଯାହା ସମାଜ ଓ ବିଶ୍ୱକୁ ବଞ୍ଚାଇ ପାରିବାରେ ସକ୍ଷମ।

ସାହିତ୍ୟର ପରିବର୍ତନ ଶକ୍ତିକୁ ଉପଯୋଗ କରିବା ପାଇଁ ବିଦ୍ଵାନମାନଙ୍କୁ ଆହ୍ୱାନ ଦେଇ ପ୍ରଫେସର ତ୍ରିପାଠୀ ଏପରି ଏକ ଦୁନିଆର ପରିକଳ୍ପନା କରିଥିଲେ ଯେଉଁଠାରେ ସତ୍ୟ, ଅହିଂସା, ଭାଇଚାରା, ସହଯୋଗ ଏବଂ ପ୍ରେମ ରହିବ ଏବଂ ଏହା ମାନବ କଲ୍ଯାଣ ପାଇଁ ବିଷବକୁ ସୌନ୍ଦର୍ଯ୍ୟ ଓ ଶାନ୍ତି ପ୍ରଦାନ କରିବାରେ ପ୍ରୋତ୍ସାହିତ କରିବ। ଉନ୍ନତ ସଂସ୍କୃତିରେ ଭାଷାର ଭୂମିକା ଉପରେ ଗୁରୁତ୍ୱାରୋପ କରି ସେ ଇଂରାଜୀ ବିଦ୍ଵାନମାନଙ୍କୁ ସେମାନଙ୍କ ଭାଷା ଓ ସଂସ୍କୃତିକୁ ଭଲ ଭାବରେ ବୁଝିବା ପାଇଁ ବିଭିନ୍ନ ଇଂରାଜୀ ଭାଷୀ ରାଷ୍ଟ୍ରରେ ନିଜକୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ।

ପ୍ରଫେସର ଜନସନ ସାହିତ୍ୟ ଓ ଏହାର ପରିବର୍ତନ କ୍ଷମତା ଉପରେ ଆଲୋଚନାକୁ ପ୍ରୋତ୍ସାହିତ କରିବା ସହ କୋରାପୁଟର ବାସିନ୍ଦା ଓ ମନୋରମ ଦୃଶ୍ୟପଟ୍ଟକୁ ପ୍ରଶଂସା କରିଥିଲେ। ଏହି ଅବସରରେ ପ୍ରଫେସର ପଣ୍ଡା ବିଶ୍ୱ ସାହିତ୍ୟର ଗତିଶୀଳ କ୍ଷେତ୍ର ଉପରେ ଆଲୋକପାତ କରି ସାଂସ୍କୃତିକ ବିନିମୟ ଓ ପାରସ୍ପରିକ ବୁଝାମଣା ଉପରେ ଏହାର ଗଭୀର ପ୍ରଭାବ ଉପରେ କହିଥିଲେ । ଧନ୍ୟବାଦ ଅର୍ପଣ କରିବା ସହ ବିଭିନ୍ନ ଦୃଷ୍ଟିକୋଣକୁ ଗ୍ରହଣ କରିବାର ମହତ୍ତ୍ୱ ଉପରେ ସେ ଆଲୋକପାତ କରିଥିଲେ। ସମ୍ମିଳନୀ ଆବାହକ ଭାବେ ଡ. ତ୍ରିପାଠୀ ସ୍ୱାଗତ ଭାଷଣ ରେ ଆମ ର ପରସ୍ପର ସହ ଜଡ଼ିତ ବିଶ୍ୱ ସମୁଦାୟରେ ବିଭିନ୍ନ ସ୍ୱର ଓ ବର୍ଣ୍ଣନାକୁ ସ୍ୱାଗତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ସମ୍ମିଳନୀରେ ବିଶ୍ୱୀକରଣ, ଅନୁବାଦ ଏବଂ ବିଶ୍ୱ ସାହିତ୍ୟ ସହିତ ସାହିତ୍ୟର ସଂଯୋଗ ଭଳି ବିଷୟବସ୍ତୁ ଉପରେ ଚିନ୍ତାପ୍ରବଣ ପ୍ୟାନେଲ ଆଲୋଚନା ଏବଂ ଉପସ୍ଥାପନା କରାଯାଇଥିଲା। ବିଭିନ୍ନ ପୃଷ୍ଠଭୂମିର ବିଦ୍ଵାନ ଓ ବିଶେଷଜ୍ଞମାନେ ନିୟମକୁ ଚ୍ୟାଲେଞ୍ଜ କରିବା ଏବଂ ପରିବର୍ତ୍ତନକୁ ପ୍ରେରଣା ଦେବା ପାଇଁ କାହାଣୀର ସାମର୍ଥ୍ୟ ଅନୁସନ୍ଧାନ କରିଥିଲେ। ଏହି ସମ୍ମିଳନୀରେ ଇଂରାଜୀ ସାହିତ୍ୟିକ ଓ ବିଦ୍ଵାନ ମାନଙ୍କ ଦ୍ଵାରା ହୋଇଥିବା ବିଶ୍ୱ ସାହିତ୍ୟରେ ବିଶ୍ୱର ଅନୁସନ୍ଧାନ ଉପରେ ସାରଗର୍ଭକ ଆଲୋଚନାର ପ୍ରଭାବ ସହ ଆଗାମୀ ବର୍ଷଗୁଡ଼ିକରେ ଅନୁସନ୍ଧାନ ଓ ଆଲୋଚନାକୁ ପ୍ରୋତ୍ସାହିତ କରିବ ବୋଲି ବିଶ୍ୱବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି। ସମ୍ମିଳନୀ ଶେଷ ହେବା ପରେ ଏକ ସାଂସ୍କୃତିକ କାର୍ଯ୍ଯକ୍ରମ ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର