ହେଲିକପ୍ଟରରେ ଗଲା ମାଟ୍ରିକ ପ୍ରଶ୍ନପତ୍ର, କାହିଁକି ଜାଣନ୍ତୁ

ମାଲକାନଗିରି: ହେଲିକପ୍ଟରରେ ଗଲା ପ୍ରଶ୍ନପତ୍ର। ଏହି କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲାରେ। ଆଜି ଛତିଶଗରେ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେଇଥିବାବେଳେ ଜିଲ୍ଲାର ଜାଗରକଣ୍ଡାକୁ ହେଲିକପ୍ଟର ଯୋଗେ ପ୍ରଶ୍ନପତ୍ର ଯାଇଛି ।

ସୂଚନାଯୋଗ୍ୟ ଯେ ଜାଗରକଣ୍ଡା ଅଞ୍ଚଳ ମାଓ ପ୍ରବଣ ଅଂଚଳରେ ହୋଇଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ଜାଗରକଣ୍ଡା ଅଞ୍ଚଳରେ ପୁଲିସ ମାଓବାଦୀ ମଧ୍ୟରେ ଛକା ପଞ୍ଜା ଲାଗିରହିଛି। ଏଠି ଦୁଇଟି ବିଦ୍ୟାଳୟର ୩୯ ଜଣ ପରୀକ୍ଷା ଦେଉଛନ୍ତି। ଏହି ନକ୍ସଲ ପ୍ରବଣ ଅଂଚଳର ପିଲାଙ୍କ ପାଇଁ ଶିକ୍ଷା ଜରୁରୀ ହୋଇଥିବାରୁ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର