ଫାଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଂଚଳରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତଦେହ ନିକଟରୁ ୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ଜବତ କରିଛି ପୁଲିସ । ଅଭିଯୋଗ ଅନୁଯାୟୀ ଗୋରୁମହିଷାଣୀ ଥାନା ଅର୍ନ୍ତଗତ ନାଉପଡା ଗ୍ରାମର ଜଗଦିଶ ଚନ୍ଦ୍ର ନାଏକ(୨୮) ଗତ ରାତିରେ ଖାଇପିଇ ଶୋଇଥିଲେ । ତେବେ ସକାଳ ୯ଟା ହୋଇଯାଇଥିଲେ ମଧ୍ୟ ସେ କବାଟ ନଖୋଲିବାରୁ ଜଗଦିଶଙ୍କ ମାଆ ସରସ୍ୱତୀ ନାଏକ ଡାକିଥିଲେ କିନ୍ତୁ ବହୁ ସମୟ ପରେ ମଧ୍ୟ କବାଟ ନଖୋଲିବାରୁ ପରିବାର ଲୋକଙ୍କୁ କବାଟ ଭାଙ୍ଗି ଦେଖିଲେ ଯେ ସେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ଗୋରୁମହିଷାଣୀ ପୁଲିସକୁ ଖବର ଦେବା ପରେ ଶବକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ମେଡିକାଲରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ଗୋରୁମହିଷାଣୀ ଥାନାରେ କେସ୍ ନଂ ୫/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ମୃତଦେହ ନିକଟରୁ ୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ପୁଲିସ୍ ଜବତ କରିଛି ।ଉକ୍ତ ସୁଇସାଇଡ୍ ନୋଟରୁ ଆତ୍ମହତ୍ୟାର କାରଣ ଜଣାପଡିବ ବୋଲି ପୁଲିସ କହିଛି ।

ସମ୍ବନ୍ଧିତ ଖବର