ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ଓ କନିଷ୍ଠ ଶିକ୍ଷକ ସଂଘର ଦାବିପତ୍ର

ଜୟପୁର: ନୂତନ ପେନସନଭୁକ୍ତ ‌ପ୍ରାଥମିକ ଶିକ୍ଷକ ଓ କନିଷ୍ଠ ଶିକ୍ଷକ ସଂଘ ଜୟପୁର ବ୍ଲକ ପକ୍ଷରୁ ୩ଦଫା ଦାବି ସମ୍ବଳିତ ସ୍ମାରକପତ୍ର ବିଇଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି। ସ୍ମାରକପତ୍ର ପ୍ରଦାନ ବେଳେ ଏବିଇଓ ମୃତ୍ୟୁଜଂୟ ପଣ୍ଡା ଉପସ୍ଥିତ ଥିଲେ।

ଏଥିରେ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ଉଚ୍ଛେଦ, କେନ୍ଦ୍ରୀୟ ହାରରେ ଶିକ୍ଷକଙ୍କୁ ଦରମା ପ୍ରଦାନ ଓ ପୁରଣା ପେନସେନ୍ ପଦ୍ଧତିକୁ ପୁନଃଲାଗୁ କରିବା ରହିଛଇ। ଏଥିରେ ସୁଶିଲ ପ୍ରେମ, ପାରାଦିସ୍ ପିଲିପ୍ସ, ସାଗର ତ୍ରିପାଠୀ, ଜ୍ୟୋତିଶଙ୍କର ତ୍ରିପାଠୀ, ଭାଗିରଥି ବାରିକ, ରୁଦ୍ରପ୍ରସନ୍ନ ପାଣିଗ୍ରାହୀ, ମନୋରଂଜନ ପଲେଇ, ଦିଲ୍ଲୀପ ମିଶ୍ର, ମମତା ମହାପାତ୍ର, ଗାୟତ୍ରୀ ପାଳ, ପ୍ରଭାତି ଦିଶାରୀ, ଶିବ ଦାଶ, ଗୀତାଂଜଳୀ ମିଶ୍ର, ପୁଷ୍ପଲତା ପଟ୍ଟନାୟକ, ସୁଶିଲ ଆଚାରୀ, ପ୍ରପୁଲ୍ଲ ସେଠୀ, ପ୍ରଭାତି ଦେବୀ ଆଦି ସଂଘର କର୍ମକର୍ତ୍ତା ଓ ସଭ୍ୟ, ସଭ୍ୟା ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର