ହାତୀ ଆକ୍ରମଣରେ ଜଣେ ମୃତ

ଚମ୍ପୁଆ : ହାତୀ ଆକ୍ରମଣରେ ଆଜି ସନ୍ଧ୍ୟା ୫ ଟା ବେଳେ ଉଚବାଲି ପଞ୍ଚାୟତ ଅଧୀନ କେମୁଣ୍ଡିଆ ଗ୍ରାମର କାହ୍ନୁଚରଣ ନାଏକଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ଅଙ୍ଗାରପଦା ସାପ୍ତାହିକ ହାଟରୁ ଫେରୁଥିବା ବେଳେ ଏକ ୬ ଟିକିଆ ହାତୀ ପଲ ହାବୁଡ଼ରେ ସେ ପଡ଼ି ଯାଇଥିଲେ। ଅଙ୍ଗାର ପଦା ହାଟରୁ ବୈତରଣୀ ନଦୀ ପାର ହୋଇ ନିଜ ଗ୍ରାମକୁ ଆସୁଥିବା ବେଳେ ରୁପାକୁଣ୍ଡ ନିକଟରେ ଥିବା କାଜୁ ଜଙ୍ଗଲରେ ହାତୀଙ୍କ ହାବୁଡରେ ପଡ଼ି ଯାଇଥିଲେ। ଦନ୍ତା ହାତୀଟି କୃଷ୍ଣକୁ ଶୁଣ୍ଢରେ ଟେକି କଚାଡ଼ି ଦେବା ପରେ ପାଦରେ ଦଳି ଦେଇଥିଲା। ଫଳରେ କୃଷ୍ଣର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଖବର ପାଇ ସ୍ଥାନୀୟ ସରପଞ୍ଚ ରଣଜିତ୍ ନାଏକ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ପଠାଇ ଥିବା ବେଳେ ଘଟଣାସ୍ଥଳରେ ବନବିଭାଗର କର୍ମଚାରୀ ନିରବ ଦ୍ରଷ୍ଟା ସାଜିଥିଲେ। କୃଷ୍ଣଙ୍କ ପରିବାରକୁ ବନବିଭାଗ ତରଫରୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର