ଟଙ୍କିକିଆ ଚାଉଳ ବଣ୍ଟନକୁ ନେଇ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୨ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ସାମନ୍ତିଆପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟରେ ଟଙ୍କିକିଆ ଚାଉଳ ବଣ୍ଟନକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଏମ୍. ରାମାରାଓ(୪୫)। ତାଙ୍କ ଭାଇ ଏମ. କ୍ରିଷ୍ଣା ରାଇ ଓ ସମ୍ପର୍କୀୟ ଏମ. ଲାଛେୟ ଗୁରୁତର ଥିବା ଜଣାଯାଇଛି।

ଦୁଇ ଗୁରୁତରଙ୍କୁ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେଠାରେ ଉଭୟ ଗୁରୁତର ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି। ତେବେ ଆକ୍ରମଣ ପରେ ଆକ୍ରମଣକାରୀ ଫେରାର ହୋଇଥିବା ଜଣାଯାଇଛି। ଖବର ପାଇ ଜରଡ଼ା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର