ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

୧୬ରୁ ସକାଳୁ ମିଳିବ ଅବଢ଼ା: ସକାଳ ୯ରୁ ଅପରାହ୍ଣ ୨ଟା ଶ୍ରୀଲିଙ୍ଗରାଜଙ୍କ ସାହାଣମେଲା

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଆସନ୍ତା ୧୬ ତାରିଖଠାରୁ ସକାଳ ୯ଟାରୁ ଠାକୁରଙ୍କ ଅବଢ଼ା ମିଳିବ। ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣ ଏହି ଭେଗ ପାଇପାରିବେ। ଏହାଦ୍ବାରା ତୀର୍ଥଯାତ୍ରୀମାନେ ଉପକୃତ ହେବେ। ସକାଳୁ ଆସୁଥିବା…
ଅଧିକ ଖବର ଦେଖନ୍ତୁ...

ଯନ୍ତ୍ରଣାବିହୀନ ଜଣ୍ଡିସ୍ ହୋଇପାରେ ଅଗ୍ନାଶୟ କର୍କଟର କାରଣ

ଭୁବନେଶ୍ବର: ପାକସ୍ଥଳୀର ତଳ ଆଡ଼କୁ ରହିଛି ପାନକ୍ରିଆଜ୍ ବା ଅଗ୍ନାଶୟ। ଏହାର ମୁଖ୍ୟ କାର୍ଯ୍ୟ ହେଉଛି ହଜମ ପାଇଁ ଆବଶ୍ୟକ ରସ ଓ ରକ୍ତ ଶର୍କରା ନିୟନ୍ତ୍ରଣ ପାଇଁ ଇନ୍‌ସୁଲିନ୍‌ କ୍ଷରଣ କରିବା। ଅଗ୍ନାଶୟ କର୍କଟ ବେଶ୍‌ ଘାତକ ଥିବା ବେଳେ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି କର୍କଟ ଦେଖାଯିବାର ୧.୬%…
ଅଧିକ ଖବର ଦେଖନ୍ତୁ...

ହେମଗିର କଳାବାଘର ଖୋଜଖବର ନାହିଁ: ଓଡ଼ିଶା ଜଙ୍ଗଲରେ ଆଉ ଏକ କଳାବାଘ ଦେଖାଦେବା ପରେ ବଢ଼ିଲା ଚର୍ଚ୍ଚା

ହେମଗିର: ଗତ ନଭେମ୍ବର ଶେଷ ସପ୍ତାହରେ ଓଡ଼ିଶା ଜଙ୍ଗଲରେ ଆଉ ଗୋଟିଏ ମେଲାନିଷ୍ଟିକ୍‌ ଟାଇଗର୍‌ ବା କଳାବାଘ ଦେଖାଯାଇଥିବା ନେଇ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ସୁଶାନ୍ତ ନନ୍ଦ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ସୂଚନା ଦେଇଥିଲେ ବି ତାର ଅବସ୍ଥିତି ସ୍ଥଳକୁ ଗୁପ୍ତ ରଖିଛନ୍ତି। ତେବେ ୨୦୧୮…
ଅଧିକ ଖବର ଦେଖନ୍ତୁ...

୧୪ରୁ ଖରିଫ ମଣ୍ଡି: ଏ ଯାଏଁ ଚାଷୀଙ୍କୁ ମିଳିନି ଟୋକନ୍‌

ଜୟପୁର: ଦିନକ ପରେ ଖରିଫ ମଣ୍ଡି ପାଇଁ ଜିଲ୍ଲା ଧାନ କିଣା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ତେବେ ଏଯାଏଁ ଗୋଟିଏ ବି ଚାଷୀଙ୍କୁ ଧାନ ବିକ୍ରି କରିବାକୁ ଟ‌ୋକେନ୍ ମିଳିନି। ସେଭଳି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଧାନ କିଣିବା ପାଇଁ ରହିଥିବା କ୍ରୟକାରୀ ସଂସ୍ଥା ଲ୍ୟାମ୍ପ, ମହିଳା…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ମଧ୍ୟ ଦୀପାବଳି: ଦଶରଥ ଓ କୌଶଲ୍ୟାଙ୍କୁ ପିଣ୍ଡଦାନ କଲେ ମହାପ୍ରଭୁ

ପୁରୀ: ଶ୍ରୀମନ୍ଦିରରେ ଆଜି ମଧ୍ୟ ଦୀପାବଳି ନୀତି ପାଳିତ ହୋଇଯାଇଛି। ଆଜି ବି ମହାପ୍ରଭୁ ଭକ୍ତଙ୍କୁ ଶ୍ରାଦ୍ଧବେଶରେ ଦର୍ଶନ ଦେଇଛନ୍ତି। ପାଞ୍ଜି ଅନୁସାରେ ମହାପ୍ରଭୁ ଆଜି ଶ୍ରୀରାମ ରୂପରେ ତ୍ରେତୟା ଯୁଗର କୌଶଲ୍ୟା ଓ ଦଶରଥଙ୍କୁ ପିଣ୍ଡଦାନ କରିଛନ୍ତି। ଶ୍ରାଦ୍ଧ ବେଶରେ ତିନି ଠାକୁର କାଶୀଧଡ଼ିଆ…
ଅଧିକ ଖବର ଦେଖନ୍ତୁ...

କଳାଧନ, ବିମୁଦ୍ରୀକରଣକୁ ନେଇ ଧୀରଜ ସାହୁ କରିଥିବା ପୁରୁଣା ଟ୍ବିଟ୍‌ ଭାଇରାଲ୍‌

ଭୁବନେଶ୍ବର/ବଲାଙ୍ଗୀର: ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ କମ୍ପାନି ସାହୁ ଗ୍ରୁପ ବିରୋଧରେ ଆୟକର ଚୋରିର ଅଭିଯୋଗ ଲାଗିଛି। ଏହାକୁ ନେଇ ଆୟକର ବିଭାଗର ଅଧିକାରୀମା‌ନେ ଝାଡଖଣ୍ଡ ଓ ଓଡ଼ିଶାର ଅନେକ ସ୍ଥାନରେ ଚଢ଼ଉ କରିଥିଲେ। ଆୟକର ବିଭାଗ ଏହି ଘଟଣାର ଯାଞ୍ଚ ଜାରି ରଖିଥିବା ବେଳେ ଧୀରଜ ସାହୁଙ୍କ…
ଅଧିକ ଖବର ଦେଖନ୍ତୁ...

ରଖେ ହରି, ମାରେ କିଏ: ଶିଶୁକନ୍ୟାକୁ ନଳକୂଅରେ ଫିଙ୍ଗିଦେଲେ, ସାଢ଼େ ୬ ଘଣ୍ଟା ପରେ ଉଦ୍ଧାର

ରେଂଗାଲି: ନିର୍ଦୟତା ଓ ବର୍ବରତାର ସବୁ ସୀମା ଟପିଯାଇଥିଲା। ନିଜ ଜନ୍ମକଲା ନବଜାତ ଶିଶୁକନ୍ୟାକୁ କେହି ଜଣେ ମହିଳା ବା ଅନ୍ୟ କେହି ହତ୍ୟା ଉଦ୍ଦେଶ୍ୟରେ ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ଗଭୀର ନଳକୂପ ଭିତରକୁ ଫିଙ୍ଗିଦେଇ ଚାଲିଯାଇଥିଲା। ଶେଷରେ ଅଗ୍ନିଶମ ବିଭାଗ, ଓଡ୍ରାଫ୍‌ ଦଳ ଦୀର୍ଘ ସାଢ଼େ…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହୋଇଯିବ ୭୪ ଶିଶୁସଦନ: କୁଆଡ଼େ ଯିବେ ୨୫୪୭ ଅସହାୟ ଶିଶୁ?

କଟକ: ଓଡ଼ିଶାରେ ୭୪ଟି ସିସିଆଇ(ଶିଶୁ ଯତ୍ନ ଅନୁଷ୍ଠାନ)କୁ ବନ୍ଦ କରିଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଅବଶିଷ୍ଟ ଯେଉଁ ସିସିଆଇଗୁଡ଼ିକ ରହିଛି, ଏଥିରେ ଧାର୍ଯ୍ୟ ସଂଖ୍ୟାଠାରୁ ଯଥେଷ୍ଟ ଅଧିକ ଅନ୍ତେବାସୀ ରହିଛନ୍ତି। ଅର୍ଥାତ ଗୋଟିଏ ଗୋଟିଏ ସିସିଆଇରେ ୧୨୦ ପ୍ରତିଶତରୁ ଅଧିକ ଅନ୍ତେବାସୀ…
ଅଧିକ ଖବର ଦେଖନ୍ତୁ...

କିଏ ହେବେ ମୁଖ୍ୟ ସଚିବ: ଦୌଡ଼ରେ ସବୁଠୁ ଆଗରେ ଅନୁ ଗର୍ଗ

ଭୁବନେଶ୍ବର: ନୂଆ ବର୍ଷରେ କିଏ ହେବେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ? ନା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ସରକାର ବଢ଼ାଇବେ? ଡିସେମ୍ବର ମାସର ତାରିଖ ଯେତେ ଗଡ଼ୁଛି, କ୍ଷମତା କରିଡର୍‌ରେ ଏହି ଚର୍ଚ୍ଚା ସେତିକି ଜୋର୍‌ ଧରୁଛି। ରାଜନୈତିକ ଓ ପ୍ରଶାସନିକ…
ଅଧିକ ଖବର ଦେଖନ୍ତୁ...

ସେତୁ ନିର୍ମାଣରେ କଚ୍ଛପ ଗତି! ହାତକୁ ନିଆଯାଇଛି ୧୦୫ଟି ପ୍ରକଳ୍ପ, ୮୬ ‌ସରିଛି

ରାଉରକେଲା: ସ୍ମାର୍ଟସିଟି ରାଉରକେଲା ଉପକଣ୍ଠରେ ପ୍ରବାହିତ ଦେଓ ନଦୀରେ ୨୦୧୭-୧୮ ମସିହାରୁ ସେତୁ ନିର୍ମାଣ ଚାଲିଛି। ମିଟ୍‌କୁନ୍ଦୁରୀ-ସେମେର୍ତ୍ତାକୁ ସଂଯୋଗ କରୁଥିବା ଏହି ସେତୁ ପାଇଁ ୭ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି। ନିର୍ମାଣ ଆରମ୍ଭ ହେବାର ୬ ବର୍ଷ ବିତିଲାଣି; କିନ୍ତୁ ଏଯାଏ…
ଅଧିକ ଖବର ଦେଖନ୍ତୁ...