ନିର୍ମାଣ ପରେ ରାସ୍ତାରେ ଗର୍ତ୍ତ

ବିଂଝାରପୁର : ପୂର୍ତ୍ତ ବିଭାଗ ଅଧୀନ ଯାଜପୁର-ବିଂଝାରପୁର ମୁଖ୍ୟ ରାସ୍ତାରେ ଗର୍ତ୍ତ। ଏହି ରାସ୍ତାଟି ଦୁଇମାସ ହେଲା ନିର୍ମାଣ ଚାଲିଛି। ନିର୍ମାଣ କାର୍ଯ୍ୟ ଶେଷ ନହେଉଣୁ ରାସ୍ତା ଭାଙ୍ଗିବା ଆରମ୍ଭ ହୋଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତାକାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ ବିଂଝାରପୁର ପୂର୍ତ୍ତ ବିଭାଗ ଅଧୀନ ତାଉନ୍ତରଠାରୁ ସିଂହପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଛି। ମଇନ୍ଦା-ସୟଦପୁର ମଧ୍ୟସ୍ଥ ଆକୁଳିଆ ପୋଲ ନିକଟରେ ୧୫ ଦିନ ମଧ୍ୟରେ ନିର୍ମାଣ ହୋଇଥିବା ରାସ୍ତା ଭାଙ୍ଗିଯାଇଛି। ସେହିପରି ରାସ୍ତାରେ ଥିବା କଲଭର୍ଟ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ସିଦ୍ଧାର୍ଥ ଜେନାଙ୍କୁ ପଚାରିବାରୁ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଛି, ଭାଙ୍ଗିଯାଇଥିବା ରାସ୍ତାର ମରାମତି କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର