ରାଇରଂଗପୁରକୁ ଜିଲ୍ଲା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ କ୍ରିୟାନୁଷ୍ଠାନ କମିଟି

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଵାମନଘାଟୀ ଉପଖଣ୍ଡ ହେଉଛି ସବୁଠାରୁ ବଡ଼ ଉପଖଣ୍ଡ। ଏହା ୭ ଟି ବ୍ଳକ ଏବଂ ରାଇରଙ୍ଗପୁର ମ୍ୟୁନିସିପାଲଟିକୁ ନେଇ ଗଠିତ। ସୀମାନ୍ତ ତିରିଂରୁ ଜିଲ୍ଲା ବାରିପଦା ସଦର ମହକୁମା ୧୩୦ କିମି ଦୂର। ସ୍ବାସ୍ଥ୍ୟ, ବିଜୁଳି, ଶିକ୍ଷା, ଗମନାଗମନ, ପାନୀୟ ଜଳ, ଶିଳ୍ପ ସମେତ ସମସ୍ତ କ୍ଷେତ୍ରରେ ପଛୁଆ। ମାତ୍ର ଏହି ଅଞ୍ଚଳରେ ସବୁ ଥାଇ ମଧ୍ୟ ବିକାଶ ଠାରୁ ବହୁ ଦୂରରେ। ଖଣି ଥାଇ ମଧ୍ୟ ଶିଳ୍ପ ନାହିଁ। ଭୌଗଳିକ ପରିବେଶ ଦୃଷ୍ଟିରୁ ମା ଦ୍ୱାରଶୁଣୀ ଘାଟି ମୟୂରଭଞ୍ଜକୁ ଏପାଖ ସେପାଖ କରି ରଖିଛି। ତେଣୁ ଏହି ପଛୁଆ ଅଂଚଳରେ ସବୁ ସ୍ଥାନକୁ ପୁଲିସ, ସ୍ବାସ୍ଥ୍ୟ, ସରକାରୀ ପ୍ରଶାସନ ଠିକ୍ ସମୟରେ ପହଞ୍ଚି ପାରୁନାହିଁ। ତେଣୁ ଲୋକେ ପ୍ରଶାସନର ସୁଫଳ ପାଉ ନାହାନ୍ତି ।
ପୂର୍ବତନ  ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୩ ଜିଲ୍ଲାରୁ ୩୦ କରିଥିବା ବେଳେ ରାଇରଙ୍ଗପୁର ଜିଲ୍ଲା କୌଣସି କାରଣରୁ ବଂଚିତ ହୋଇଗଲା। ସେବେଠାରୁ ବାମନଘାଟୀ ଉପଖଣ୍ଡବାସୀ ଜିଲ୍ଲା ଦାବି କରି ଆସୁଛନ୍ତି। ଅତୀତରେ ଶୋଭାଯାତ୍ରା, ହରତାଳ କରିବା ସହିତ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ୫ଟି ସଚିବ ଙ୍କୁ ଏହି ବିଷୟରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ବାସସ୍ଥଳୀ ମଧ୍ୟ। ନୂତନ ଜିଲ୍ଲା ପାଇଁ ଯାହାକିଛି ଭିତ୍ତିଭୂମି ଓ ସରକାରୀ ମାପକାଠି ଅଛି ସବୁଥିରେ ଏହା ପ୍ରଥମ।
ରାଇରଙ୍ଗପୁର ଜିଲ୍ଲାକୁ ମଧ୍ୟ ମାନ୍ୟତା ଦେବା ନେଇ ଆଜି ରାଇରଙ୍ଗପୁରସ୍ଥ ପିସିଏମ କଲ୍ୟାଣ ଭବନ ପରିସରରେ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ଅକ୍ଷୟ ମହାନ୍ତିଙ୍କ ସଭାପତିତ୍ବରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କିଛିଦିନ ମଧ୍ୟରେ କ୍ରିୟାନୁଷ୍ଠାନ କମିଟି ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବ ଭି.କେ ପାଣ୍ଡିଆନକୁ ସାକ୍ଷାତ କରି ନୂତନ ଜିଲ୍ଲା ମାନ୍ୟତା ଦେବା ପାଇଁ ଆଲୋଚନା ସହ ଏକ ଲିଖିତ ଦାବିପତ୍ର ପ୍ରଦାନ କରିବେ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା । ଭୁବନେଶ୍ଵରରୁ ଫେରିବାପରେ ଏକ ବୈଠକ ବସିବ ଏବଂ ପରବର୍ତ୍ତୀ କାର୍ଯ୍ୟକ୍ରମର ନିଷ୍ପତ୍ତି ନିଆଯିବ ବୋଲି କ୍ରିୟାନୁଷ୍ଠାନ କମିଟି ସଭାପତି ସୂଚନା ଦେଇଛନ୍ତି। ଏଥିରେ ରାଇରଙ୍ଗପୁରର ବରିଷ୍ଠ ଆଇନଜିବୀ ରସାନନ୍ଦ ଲେଙ୍କା, ବରିଷ୍ଠ ବିଜେପି ନେତା ମନୋରଞ୍ଜନ ମହାନ୍ତି, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି, ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ପୁର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତ, ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ରାଜ୍ୟ ଶକ୍ତି ବିଭାଗ ଉପଦେଷ୍ଟା ଦୀପ୍ତିମାନ ବଳ, ପୌରଧକ୍ଷ ଅଭିଷେକ ପଟ୍ଟାନାୟକ, ୪୫ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ସଚ୍ଚିଦାନନ୍ଦ ମହାନ୍ତ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ମହାନ୍ତି, ବିଜେଡି ଜିଲ୍ଲା ଉପସଭାପତି ପାର୍ଥସାରଥୀ କବି, ସମାଜସେବୀ ରାଇସେନ ମୁର୍ମୁ, ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର, ରାମ ଚନ୍ଦ୍ର ହାଁସଦା, ସମାଜସେବୀ ରାଇସେନ ମୁର୍ମୁ, ବିଜେଡ଼ି ଜିଲ୍ଲା ଉପସଭାପତି ସୁବାଷ ମଣ୍ଡଳ, ବିଜେଡି ନେତ୍ରୀ ତନୁଜା ମହାନ୍ତ, ଶାଶ୍ବତ ବଳ, ରୋଟାରୀ କ୍ଲବ ସଭାପତି କାଳୀପ୍ରସନ୍ନ ମହାନ୍ତି, ଅରବିନ୍ଦ ବାଗାଡିଆ, ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ସମାଜସେବୀ  ଗୋପାଲ ବେଶ୍ରା, କିଶୋର ରଜକ, ଯାମଦା ଜିଲ୍ଲା ପରିଷଦ ସଦସ୍ୟ ପୂର୍ଣ ମାର୍ଣ୍ଡ, ପ୍ରମୁଖ  ନୂତନ ଜିଲ୍ଲା ପ୍ରତିଷ୍ଠା ନେଇ ପୁର୍ଣ ସମର୍ଥନ କରିବେ ବୋଲି ମତ ରଖିଥିଲେ। ଶେଷରେ ବିଜୟ ରାମ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବନ୍ଧିତ ଖବର