ରାଜନଗର ରାଜନୀତି ସରଗରମ: ଅ˚ଶୁମାନଙ୍କ ସମର୍ଥକଙ୍କୁ ମନାଇବାକୁ କସରତ

ରାଜନଗର, ପଟ୍ଟାମୁଣ୍ତାଇରେ ପୃଥକ୍‌ ବୈଠକ

କେନ୍ଦ୍ରାପଡ଼ା: ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ପୂର୍ବତନ ବିଧାୟକ ଧ୍ରୁବଚରଣ ସାହୁଙ୍କୁ ନେଇ ଏବେ ରାଜନଗର ରାଜନୀତିରେ ହଟଚମଟ ଲାଗିରହିଛି । ବିଜେଡି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଅ˚ଶୁମାନଙ୍କୁ ଓ ରାଜନଗର ନିର୍ବାଚନମଣ୍ତଳୀରୁ ଟିକେଟ ଦେଇଛି। ମାତ୍ର, ଦୁଇନେତାଙ୍କ ସମର୍ଥକଙ୍କ ମଧ୍ୟରେ ଏଯାଏ ମିଳାମିଶା ହୋଇ ପାରୁନଥିବାରୁ ତାହା ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟିକରିଛି। ଏଭଳି ସ୍ଥିତିରେ ଆଜି ଉଭୟ ରାଜନଗର ଓ ପଟ୍ଟାମୁଣ୍ତାଇରେ ପୃଥକ୍‌ ବୈଠକ କରାଯାଇ ଅ˚ଶୁମାନଙ୍କ ସମର୍ଥକଙ୍କୁ ମନାଇବାକୁ ଉଦ୍ୟମ କରାଯାଇଥିବା ସୂଚନା ମିଳିଛି। କ˚ଗ୍ରେସ ଛାଡ଼ି ବିଜେଡିରେ ସାମିଲ୍‌ ହେବା ପରେ ଅ˚ଶୁମାନ ରାଜନଗର ବିଧାନସଭା ଆସନରୁ ଲଢ଼ନ୍ତୁ ବୋଲି ତାଙ୍କ ସମର୍ଥକ ମାନେ ଚାହୁଁଥିଲେ। ଉଭୟ ରାଜନଗର ଓ ପଟ୍ଟାମୁଣ୍ତାଇ ବ୍ଲକ୍‌ରେ ତାଙ୍କ ସମର୍ଥକମାନେ ଏନେଇ ପ୍ରଚାର ବି କରିଆସୁଥିଲେ। ଏପଟେ ବିଧାୟକ ଧ୍ରୁବଙ୍କ ସମର୍ଥକମାନେ ଅନୁରୂପ ଭାବେ ଟିକେ ମିଳିବ ବୋଲି ଜୋର୍‌ ଦେଉଥିଲେ। ତୃଣମୂଳସ୍ତରରେ ସୃଷ୍ଟି ହୋଇଥିବା ଏହି ସ୍ଥିତିକୁ ଏଡ଼ାଇବା ପାଇଁ ଶୀର୍ଷ ନେତୃତ୍ବଙ୍କ ଉପସ୍ଥିତିରେ ଶଙ୍ଖ ଭବନରେ ଧ୍ରୁବ ଓ ଅ˚ଶୁମାନ ଏବ˚ ସେମାନଙ୍କ କିଛି ଆଗଧାଡ଼ିର ସମର୍ଥକଙ୍କୁ ନେଇ ଏକ ସମନ୍ବୟ ବୈଠକ ବସିଥିଲା।

ରାଜନଗରରେ ଦୁଇ ନେତାଙ୍କ ଉପସ୍ଥିତିରେ ମାର୍ଚ୍ଚ ୨୭ତାରିଖରେ ଏକ ବଡ ସମ୍ବର୍ଧନା କାର୍ଯ୍ୟକ୍ରମ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ମାତ୍ର, ଠିକ୍‌ ସେହିଦିନ ପ୍ରାର୍ଥୀ ଘୋଷଣା ପରେ ଅଚାନକ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଥିଲା। ଏଭଳି ସ୍ଥିତି ଲାଗି ରହିଥିବା ବେଳେ ଉଭୟ ନେତାଙ୍କ ସମର୍ଥକ ଏପର୍ଯ୍ୟନ୍ତ ଏକାଠି ହେଇପାରିନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ରାଜନଗରରେ ପୂର୍ବତନ ବ୍ଲକ୍‌ କ˚ଗ୍ରେସ ସଭାପତି ଦେବେନ୍ଦ୍ର ଜେନାଙ୍କ ତତ୍ତ୍ବାବଧାନରେ ଏବ˚ ପଟ୍ଟାମୁଣ୍ତାଇରେ ପୂର୍ବତନ ନଗର କ˚ଗ୍ରେସ ସଭାପତି ଅମୂଲ୍ୟ ପ୍ରଧାନଙ୍କ ତତ୍ତ୍ବାବଧାନରେ ବୈଠକ ହୋଇଥିଲା। ବୈଠକରେ ରାଜନଗରର ପ୍ରତି ପଞ୍ଚାୟତରୁ ତିନି ଚାରି ଜଣ ଲେଖାଏଁ ଓ ପଟ୍ଟାମୁଣ୍ତାଇରେ ମ୍ୟୁନିସିପାଲିଟି ଅଞ୍ଚଳରୁ ଆଗଧାଡ଼ିର ସମର୍ଥକ ମାନେ ଯୋଗ ଦେଇଥିଲେ। ପୂର୍ବତନ ସଭାପତି ଅମୂଲ୍ୟ ପ୍ରଧାନ କହିଛନ୍ତି ଯେ ଅ˚ଶୁମାନ ଆମର ନେତା। ସେ ଯାହା କହିବେ ତାହା ମାନିବୁ। ସମସ୍ତଙ୍କ ମନରେ ଯାହା କ୍ଷୋଭ ଥିଲା, ତାହାକୁ ଦୂର କରାଯାଇଛି। ସମସ୍ତଙ୍କୁ ଭୁବନେଶ୍ବର ଡକାଯାଇଛି। ଅ˚ଶୁମାନଙ୍କ ନିର୍ଦେଶ ଅନୁସାରେ ଆମେ କାମ କରିବୁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର