କୋରାପୁଟ ଉପଖଣ୍ଡରେ ମାତିଛନ୍ତି ଚନ୍ଦନ କାଠ ମାଫିଆ

କୋରାପୁଟ: କୋରାପୁଟରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ଗଣମାଧ୍ୟମରେ ଶୀ‌ରୋନାମା ପାଲଟୁଥିବାବେଳେ ଏବେ ଏହି ଚୋରାଚାଲାଣ ତାଲିକାରେ ଯୋଡିହୋଇଛି କୋରାପୁଟର ଚନ୍ଦନ କାଠ। କୋରାପୁଟ ଜିଲ୍ଲା ନନ୍ଦପୁର, ଲକ୍ଷ୍ମୀପୁର, ଲମତାପୁଟ, ସେମିଳିଗୁଡା, ପଟାଙ୍ଗୀ ଓ ଦଶମନ୍ତପୁରକୁ ଟାର୍ଗେଟ କରିଛନ୍ତି ରାଜ୍ୟ ତଥା ରାଜ୍ୟ ବାହାର ମାଫିଆ। ଏହିଠାରୁ ଶାଗମାଛ ଦରରେ କାଠ ସଂଗ୍ରହ କରି ଛତିଶଗଡ, ଆନ୍ଧ୍ର, କେରଳ, ମହାରାଷ୍ଟ୍ର ଓ ତିରୁପତିକୁ ଚାଲାଣ ହେଉଥିବା କରୁଥିବା ଖବର ସମ୍ମୁଖକୁ ଆସିଛି।

ନିକଟରେ କୋରାପୁଟ ଜିଲ୍ଲା ନନ୍ଦପୁର ବନାଞ୍ଚଳ ଓ ଆନ୍ଧ୍ର ଆରକୁ ବନାଞ୍ଚଳରୁ ସୁଦୂର କେରଳକୁ ଚାଲାଣ ହେଉଥିବା ଦାମୀ ଚନ୍ଦନ କାଠ ମାଫିଆଙ୍କୁ ସେମିଳିଗୁଡା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ କେରଳର ‌କଶାରଗଡ ଜିଲ୍ଲା ବାଡିଆଡୁକା ଥାନା ଅନ୍ତର୍ଗତ ଅବଦ୍ଦୁଲ ରେହମାନ (୫୦) ଓ ଅଧୁର ଥାନା ଅନ୍ତର୍ଗତ କେ.ଉମର (୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ତାଙ୍କଠାରୁ ୧୩୦ କେଜି ଚନ୍ଦନ କାଠ, ୪୨୦୦ ଟଙ୍କା, ଦୁଇଟି ମୋବାଇଲ ସହ କୋରାପୁଟରେ ପଞ୍ଜୀକୃତ ହୋଇଥିବା କମାଣ୍ଡର (ଓଆର୧୦ବି୯୩୦୭)କୁ ଜବତ କରାଯାଇଛି। ଆରକୁ ଅଞ୍ଚଳରୁ ଚନ୍ଦନକାଠ ଅଭିନଭ ଉପାୟରେ କାମଣ୍ଡାର ସିଲିଂ ଟପ୍‌ ଓ ସିଟ୍‌ ତଳେ ସିକ୍ରଟେ ଚ୍ୟାମ୍ପର କରି ନେଉଥିବାବେଳେ ଜାନିଗୁଡା ନିକଟରେ ସୂଚନା ପାଇଁ ମାଡି ବସିଲା ସେମିଳିଗୁଡା ପୁଲିସ। ଏହା ମୁଲ୍ୟ ପ୍ରାୟ ୬ ଲକ୍ଷ ୫୦ ହଜାର ଟଙ୍କା ହେବା ଆକଳନ କରାଯାଉଥିବାବେଳେ ନନ୍ଦପୁର ପୁଲିସ ଗତକାଲି ନନ୍ଦପୁର ଏସ ଡ଼ିପିଓ ଙ୍କ ନେତୃତ୍ୱ ରେ ପାଡୁଆ ପୋଲିସ ଦ୍ବାରା ଦୁଇ କୁଇଣ୍ଟାଲ ୧୫ କେଜି ୭୦୦ ଗ୍ରାମ ଚନ୍ଦନ କାଠ ଜବତ ହୋଇଥିଲେ ହେଁ ଖସି ପଳାଇଛନ୍ତି ଚାଲାଣକାରୀ।  ଚମ୍ପାପୁଟ -କୁଲାରସିଂ ନଦୀ ଘାଟରୁ ଉକ୍ତ କାଠ ଜବତ ହେଇଥିଲା ହେଁ ଉକ୍ତ କାଠ କୁ ନଦୀ ପଥରେ ଡ଼ଙ୍ଗା ରେ ଆଣି ବୋଲେରୋ ପିକଅପ୍ରେ ଭତ୍ତି କରାଯାଉଥିବାବେଳେ ପୁଲିସ ଚଢାଉ କରିଥିଲା। ହେଲେ ପୁଲିସର ଦୂରଦୃଷ୍ଟିର ଭଆବ ହେତୁ ମାଫିଆମାନେ ଖାଲି ଯେ ଖସି ପଳାଇଛନ୍ତି ତାହା ନୁହେଁ ପୁଲିସର ପାରିବା ପଣିଆ ପଦାରେ ପଡିଛି। ଉକ୍ତ ଜବତ କାଠର ମୂଲ୍ୟ ୭୫ ହଜାର ଟଙ୍କା ରୁ ଅଧିକ ହେବା ଅନୁମାନ କରାଯାଉଛି।

ଚନ୍ଦନ କାଠ ଉପରେ ଏବେ ଧରପଗଡ ଆରମ୍ଭ ହୋଇଥିବାବେଳେ କୋରାପୁଟ ଜିଲ୍ଲା ଉପରେ କେବେଠୁ ପଡୋଶୀ ରାଜ୍ୟ ସହ କେରଳ, ମହାରାଷ୍ଟ୍ରର ମାଫିଆଙ୍କର ଆଖି ରହିଛି। ଏହି ଅଞ୍ଚଳରେ ରହି ପ୍ରଥମେ କାଠ ସଂଗ୍ରହ କରୁଥିବାବେଳେ ଏହାକୁ ଚୋରା ଚାଲାଣ କରିବାକୁ ଆପଣାଉଛନ୍ତି ଅବିନଭ ତରିକା। ମୁଖ୍ୟତଃ ଚାରିଚକିଆକୁ ଆପଣାଉଥିବାବେଳେ ମୂଳ ଚେରରେ ପହଞ୍ଚିପାରିନି ପୁଲିସ। ପୁଲିସ କଳବରୁ କିପରି ପାଡୱାର ମାଫିଆ ଖସି ଗଲେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ଏନେଇ କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲି କହିଛନ୍ତି ଯେ ଗଞ୍ଜେଇ ପରି ଚଚନ୍ଦନ କାଠ ମଧ୍ୟ ବାହାର ରାଜ୍ୟରେ ଦୁର୍ମୂଲ୍ୟ। ଏହିଠାରୁ ଚୋରା ଚାଲାଣକାରୀଙ୍କୁ ଯେଉଁ ଅର୍ଥ ମିଳିବ ସେଥିରେ ସେମାନେ ଅପରାଧିକ କାର୍ଯ୍ୟ କଳାପ କରିବାର ବେଶ୍‌ ସୁଯୋଗ ରହିଛି। ତେଣୁ ଏହାକୁ ରୋକିବାକୁ ପୁଲିସ ସବୁବେଳେ ସଜାଗ ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର