ଶ୍ରୀକାନ୍ତ ସାହୁ ଫସାଇବା ପାଇଁ ଏଭଳି କରିଛନ୍ତି: ସଂଯୁକ୍ତା ମହଲ

 

ଭୁବନେଶ୍ୱର: ପୋଲସରା ବିଧାୟକ ଓ ମହିଳା ନେତ୍ରୀ ସଂଯୁକ୍ତା ମହଲଙ୍କ ମଧ୍ୟରେ ବିବାଦ ଥମିବାର ନାମ ନେଉନାହିଁ | ନିଜର ଓ ଝିଅର ଜୀବନ ପ୍ରତି ବିପଦ ଥିବା ନେଇ ଶ୍ରୀକାନ୍ତ ଥାନାରେ ଅଭିଯୋଗ କରିବା ପରେ ସଂଯୁକ୍ତା କହିଛନ୍ତି ଯେ ଚକ୍ରାନ୍ତ କରି ମୋତେ ଫସାଯାଇଛି | ବିକାଶ ବେହେରା କିଏ ମୁଁ ଜାଣିନାହିଁ | ଅନେକ ଦିନ ତଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଚାଟିଙ୍ଗ କରିଥିଲି | ମୁଁ କେବଳ ମୋର ଫୋନ ନମ୍ବର ଦେଇଥିଲି, ଯାହାକି ମୋର ଭୁଲ ଥିଲା | ବିକାଶ ନାମରେ ମିଛ ଆକାଉଣ୍ଟ ଖୋଲି ଶ୍ରୀକାନ୍ତ ହିଁ ମୋତେ ଫସାଇବାକୁ ଚେଷ୍ଟା କରିଛନ୍ତି | ସେହିପରି ପୁଲିସ ବ୍ୟବସ୍ଥାକୁ ନେଇ ସଂଯୁକ୍ତା ପ୍ରଶ୍ନ ଉଠାଇଛନ୍ତି | ସେ କହିଛନ୍ତି ମୁଁ ବି ଏତଲା ଦେଇଥିଲି, ଏଯାଏଁ କାର୍ଯ୍ୟାନୁଷ୍ଠାନ ହୋଇନାହିଁ | ଏହା ଏକ ଅଦ୍ଭୁତ ସରକାର ଓ ଅଦ୍ଭୁତ ଆଇନ ବ୍ୟବସ୍ଥା ବୋଲି ସେ କହିଛନ୍ତି |

ଉଲ୍ଲେଖ ଥାଉ କି ପୋଲସରା ବିଧାୟକ ତଥା ପୂର୍ବତନ ଶ୍ରମ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡ଼ଯନ୍ତ୍ର କରା ଯାଉଥିବା ସମ୍ପର୍କରେ ନିଜେ ବିଧାୟକ ଶ୍ରୀ ସାହୁ ପୋଲସରା ଥାନା ରେ ଏତଲା ଦେଇଥିଲେ । ଶ୍ରୀ ସାହୁ ତାଙ୍କ ଏତଲାରେ ଉଲ୍ଲେଖ କରିଥିଲେ ଯେ ଚଳିତ ମାସ ୧୩ ତାରିଖ ଦିନ ସକାଳ ୮.୩୦ ସମୟରେ ସେ ପୋଲସରା ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ମୋବାଇଲରେ ଦେଖିବାକୁ ପାଇଲେ ଯେ ବିକାଶ ବେହେରା ନାମକ ଜଣେ ସଂଯୁକ୍ତା ମହଲାଙ୍କ ଫେସବୁକ୍ ରେ ଚାଟ କରି ବିଧାୟକ ଶ୍ରୀକାନ୍ତଙ୍କୁ ହତ୍ୟା କରିବା ପାଇଁ ତାଙ୍କର ସହାୟତା ଲୋଡିଛନ୍ତି। ଏଥି ସହିତ ଭୁବନେଶ୍ବର ସମ ହସ୍ପିଟାଲ ଓ ମେଡିକାଲ କଲେଜରେ ପଢୁଥିବା ବିଧାୟକଙ୍କ ଝିଅକୁ ମଧ୍ୟ ହତ୍ୟା କରିବା ପାଇଁ କହିଥିବା ଶ୍ରୀକାନ୍ତ ତାଙ୍କ ଏତଲାରେ ଅଭିଯୋଗ କରିଥିଲେ ।

ସମ୍ବନ୍ଧିତ ଖବର