ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ରାଜ୍ୟସ୍ତରୀୟ ସମ୍ମିଳନୀ: ‘କେବେ ଫେରିବ ଚିଟ୍‌ଫଣ୍ଡ ଜମା ଅର୍ଥ’

ଭୁବନେଶ୍ୱର: ଆଜି ଓଡ଼ିଶାର ୩୦ ଜିଲ୍ଲାରୁ ଚିଟ୍‌ଫଣ୍ଡ୍‌ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ରାଜ୍ୟସ୍ତରୀୟ ‘ଜମାକାରୀ ଗଣ କନ୍‌ଭେନ୍‌ସନ‘ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟର୍ସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜମାକାରୀ ଆନ୍ଦୋଳନର ଆବାହକ ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗଣ କନ୍‌ଭେନ୍‌ସନରେ ସରକାର ଯଦି ଦାବି ପୂରଣ ନ କରନ୍ତି ତେବେ ଆଗକୁ ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ଜମାକାରୀ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ନଷ୍ପତ୍ତି ହୋଇଛି।

ଉପଦେଷ୍ଟା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ, ଅସାଧୁ ସଂସ୍ଥାମାନେ ଜମାକାରୀଙ୍କୁ ପ୍ରଲୋଭିତ କରି ମୋଟାଅଙ୍କର ଟଙ୍କା ନେଇଗଲେ। ପରିପକ୍ୱ ରାଶି ଫେରସ୍ତ କଲେ ନାହିଁ। ଜମାକାରୀଙ୍କ ଆନ୍ଦୋଳନ ପରେ କେତେକ ସଂସ୍ଥାର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି। ସମ୍ପତ୍ତି ବିକ୍ରୟ ଅର୍ଥ ଓ ସଂସ୍ଥାଙ୍କ ଜମା ଖାତାରୁ ଜବତ ହୋଇଥିବା ଅର୍ଥର କିଛି ଅଂଶ ଫେରସ୍ତ ହୋଇଛି। କିନ୍ତୁ ବାକି ଅର୍ଥ ଜମାକାରୀଙ୍କୁ ଫେରସ୍ତ ହୋଇ ନାହିଁ। ଜମାକାରୀମାନେ ମିଳିତ ମଞ୍ଚର ସୁଚିନ୍ତିତ ପରାମର୍ଶ ଅନୁସାରେ ୪୫ଦିନ ସୁସଂଗଠିତ ପଦକ୍ଷେପ ନେଲେ ଭବିଷ୍ୟତରେ ଯେଉଁ ଶାସକ କ୍ଷମତାକୁ ଆସନ୍ତୁନା କାହିଁକି ଏହି କ୍ଷତିଗ୍ରସ୍ତ ଜମାକାରୀଙ୍କ ଭୂମିକାକୁ ସ୍ୱୀକାର କରିବାକୁ ବାଧ୍ୟ ହେବେ ବୋଲି ସେ କହିଥିଲେ।

ଅନ୍ୟତମ ଉପଦେଷ୍ଟା ତଥା ବରିଷ୍ଟ ସାମ୍ବାଦିକ ରବି ଦାସ ଓଡ଼ିଶାର ୧୦୦ ବିଧାନସଭା ଓ ୧୫ଟି ଲୋକସଭା ନିର୍ବାଚନ ମଣ୍ଡଳୀସ୍ତରରେ ଜମାକାରୀ ସଂଗଠନକୁ ଶକ୍ତିଶାଳୀ ଓ ଶୃଙ୍ଖଳିତ କରି ଗଣ ଅଭିଯାନ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଗତ ୧୧ବର୍ଷ ଧରି ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତାଙ୍କ କଷ୍ଟଅର୍ଜିତ ଅର୍ଥ ଫେରାଇବା ପାଇଁ କିଭଳି ପ୍ରତାରଣା କରିଛନ୍ତି ସେ ସମ୍ପର୍କରେ ମଞ୍ଚର ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ ସୂଚନା ଦେଇଥି‌ଲେ।

ଅନ୍ୟମାନଙ୍କ ମଧ୍ୟରେ ବିଭୁଦତ୍ତ ମିଶ୍ର, ଅନୁରାଧା ସୁବୁଦ୍ଧି, ବିଜୟ କୁମାର ପାଢ଼ୀ, ଅଖିଳ ମୋହନ ଲେଙ୍କା, ଉମେଶ ଚନ୍ଦ୍ର ନାୟକ, ପ୍ରଦୀପ ମହାରଣା, ସୁଧାଂଶୁ ବେହେରା, ଅମର ସାହୁ, ଚଣ୍ଡାଳ ପ୍ରଧାନ, ରମେଶ ମହାନନ୍ଦିଆ, ଅମରେଶ୍ୱର ତ୍ରିପାଠୀ, ସଞ୍ଜୀବ ପଣ୍ଡାଙ୍କ ସମେତ ଅନ୍ୟୂନ ୬୦ଜଣ ପ୍ରତିନିଧି ଜମା ଅର୍ଥ କେବେ ଫେରିବ ଓ ଚିଟ୍‌ଫଣ୍ଡ ଠକଙ୍କୁ କେବେ ଉଚିତ ଶାସ୍ତି ମିଳିବ ତାହା ଉପରେ ଆଲୋଚନା କରିଥିଲେ। ମିଳିତ ମଞ୍ଚ ରାଜନୈତିକ ନିଷ୍ପତ୍ତି ନେବା ପାଇଁ କର୍ମକର୍ତ୍ତାମଣ୍ଡଳୀଙ୍କୁ ଦାୟିତ୍ୱ ଦେଇଛି। ଅନ୍ୟମାନଙ୍କ ମଧ୍ୟରେ ଲଳିତ ଦୀପ, ବରୁଣ ବିଶି, ସୁଶାନ୍ତ ମହାପାତ୍ର, ସନ୍ତୋଷିନୀ ପଣ୍ଡା, ତୀର୍ଥରାମ ରଣା, ସଦାନନ୍ଦ ଗୁଣ୍ଠା, ସୋମନାଥ ପ୍ରଧାନ, ବିରଞ୍ଚି ପାଢ଼ୀ, ତମନ୍ନା ତାଡ଼ିଙ୍ଗି, ତପନ ସିଟ୍‌, ରାଜେନ୍ଦ୍ର ସାହୁ, ଉମେଶ ଚନ୍ଦ୍ର ସାହୁ, ହେମନ୍ତ ନାୟକ, ଲୋକନାଥ ଜାଲ, ବନ୍ଦିତା ବେହେରା, କୁଳମଣି ପୃଷ୍ଟି, ହିମାଂଶୁ ଦଣ୍ଡସେନା, ଏସ୍‌ଏନ୍ ପାଣିଗ୍ରାହୀ, ଶିବ ପଣ୍ଡା, ତେଜସ୍ୱିନୀ ପଟେଲ, ଗୌରୀଶଙ୍କର ସାହୁ, ମେରି ଡୁଙ୍ଗଡୁଙ୍ଗ, ଲକ୍ଷ୍ମଣ ନାୟକ, ଭାଗିରଥୀ ପଣ୍ଡା, ଜୟନ୍ତୀ ବେହେରା, ବିଜୟଲକ୍ଷ୍ମୀ ଆଚାରୀ, ହରିଶ ମହାନ୍ତି, ପ୍ରାଣବନ୍ଧୁ ମୁଣ୍ଡା, ଜଗନ୍ନାଥ ପୂଜାରୀ, ଗଙ୍ଗାଧର ବାରିକ, ସଦାଶିବ ପଲେଇ, ୟାଦ ରାମ, ସୀତାକାନ୍ତ ବିଶ୍ୱାଳ ଓ ତୀର୍ଥରାମ ରଣା ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର