ଛତ୍ରିପୁଟ ଓ ମାଲିଗୁଡା ମଧ୍ୟରେ ଦୋହରୀକରଣ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ: ୩ ଟ୍ରେନ୍‌ ବାତିଲ୍‌, ୭ଟି ଆଂଶିକ

ଭୁବନେଶ୍ବର : ଛତ୍ରିପୁଟ ଓ ମାଲିଗୁଡା ମଧ୍ୟରେ ରେଳ ଲାଇନ୍‌ ଦୋହରୀକରଣ ଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଥିପାଇଁ ମାଲିଗୁଡା ଓ ଛତ୍ରିପୁଟ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ୩ଟି ଟ୍ରେନକୁ ଅସ୍ଥାୟୀ ଭାବେ ଓ ୭ଟିକୁ ଆଂଶିକ ବାତିଲ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତିଲ୍‌ ହେବାକୁ ଥିବା ଟ୍ରେନଗୁଡ଼ିକ ମଧ୍ୟରେ ବିଶାଖାପାଟଣା-କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସ୍‌(୧୮୫୧୨/୧୮୫୧୧) ବିଶାଖାପାଟଣାରୁ ୧୭ ଓ ୨୦ ତାରିଖରେ ଏବଂ କୋରାପୁଟରୁ ୧୮ ଓ ୨୧ ତାରିଖରେ ଉଭୟ ଦିଗରୁ ବାତିଲ ରହିବ। କୋରାପୁଟ-ବିଶାଖାପାଟଣା ପାସେଞ୍ଜର ସ୍ପେସିଆଲ(୦୮୫୪୫) କୋରାପୁଟରୁ ଓ କିରାଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର ସ୍ପେସିଆଲ(୦୮୫୫୨) କିରାଣ୍ଡୁଲରୁ ୨୩ ତାରିଖରେ ବାତିଲ ରହିବ।

ଆଂଶିକ ବାତିଲ ହେବାକୁ ଥିବା ଟ୍ରେନ୍‌ଗୁଡ଼ିକ ହେଲା ରାଉରକେଲା-ଜଗଦଲପୁର ଏକ୍ସପ୍ରେସ(୧୮୧୦୭) ରାଉରକେଲାରୁ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟ ପର୍ଯ୍ୟନ୍ତ ଚାଲିବ। ଜଗଦଲପୁର-ରାଉରକେଲା ଏକ୍ସପ୍ରେସ(୧୮୧୦୮) ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟରୁ, ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ(୧୮୪୪୭) ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ପରିବର୍ତ୍ତେ କୋରାପୁଟ ପର୍ଯ୍ୟନ୍ତ ଚାଲିବ। ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ(୧୮୪୪୮) ୧୮ରୁ ୨୨ ତାରିଖ ମଧ୍ୟରେ ଜଗଦଲପୁର ବଦଳରେ କୋରାପୁଟରୁ ଛାଡ଼ିବ। ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ(୧୮୦୦୫) ୧୭ରୁ ୨୧ ତାରିଖ ଯାଏ ଜଗଦଲପୁର ପରିବର୍ତ୍ତେ କୋରାପୁଟ ପର୍ଯ୍ୟନ୍ତ, ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ(୧୮୦୦୬) ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଜଗଦଲପୁର ବଦଳରେ କୋରାପୁଟରୁ ଛାଡ଼ିବ। ବିଶାଖାପାଟଣା-କୋରାପୁଟ ପାସେଞ୍ଜର ସ୍ପେସିଆଲ(୦୮୫୪୬) ବିଶାଖାପାଟଣାରୁ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ କୋରାପୁଟ ପରିବର୍ତ୍ତେ ରାୟଗଡ଼ା ପର୍ଯ୍ୟନ୍ତ ଚଳାଚଳ କରିବ।

ସମ୍ବନ୍ଧିତ ଖବର