ପୂର୍ବ ଶତ୍ରୁତାରୁ ଦୁଇ ଯୁବକକୁ ଆକ୍ରମଣ; ଜଣେ ମୃତ, ଅନ୍ୟ ଜଣେ ଗୁରୁତର

 

ବେଲଗୁଣ୍ଠା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଯୁବକକୁ ଆକ୍ରମଣ ହୋଇଛି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କାଳିଆଗୁଡା ଗ୍ରାମରେ ଏହି ସଂଘବଧ ଆକ୍ରମଣ ଘଟଣା ଘଟିଛି। ଏହି ଆକ୍ରମଣ ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଅମର ରାଉତ। ଗୁରୁତର ବ୍ୟକ୍ତି ହେଲେ ଶିବରାମ ପ୍ରଧାନ।

ସୂଚନା ମୁତାବକ ଗତ ରାତିରେ ଦୁଇ ଘରେ ବସି ଥିବା ବେଳେ ବଡ଼ ବରୋସିଙ୍ଗି ଗ୍ରାମର କିଛି ଯୁବକ ଘରୁ ଡାକି ନେଇଥିଲେ। ଖାରୀଗୁଡା ରାସ୍ତାରେ ପୂର୍ବରୁ କିଛି ଯୁବକ ସେଠାରେ ଥିଲେ। ପୂର୍ବରୁ ଥିବା ଶତ୍ରୁତାକୁ କେନ୍ଦ୍ର କରି ବଚସା ହୋଇଥିଲା। ପରେ କଥା ଆଗକୁ ବଢିଥିଲା ୧୦ରୁ ୧୫ ଜଣ ଯୁବକ ଆସି ରାସ୍ତା ଉପରେ ଠେଙ୍ଗାରେ ସଂଘବଧ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ପଡିଥିବା ଖବର ପାଇ ପରିବାର ଲୋକେ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଅମରର ଭଞ୍ଜନଗର ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ଶିବରାମଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଘଟଣାସ୍ଥଳରେ ଗାଙ୍ଗପୁର ପୁଲିସ ପହଂଚି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର