କାଲିମେଳା ଓ ଖଇରପୁଟ ବ୍ଲକର ଶତାଧିକ ଗ୍ରାମବାସୀ ଗୋଷ୍ଠୀ ଜଗଲ ପଟ୍ଟା ପାଇଁ ଏକତ୍ରିତ

ମାଲକାନଗିରି: ଜିଲ୍ଲାର କାଲିମେଳା ଏବଂ ଖଇରପୁଟ ବ୍ଲକର ଶତାଧିକ ରାଜସ୍ବ ଗ୍ରାମର ଗ୍ରାମବାସୀ ଏକତ୍ରିତ ହୋଇ ନିଜର ହକ୍ ଗୋଷ୍ଠୀ ଜଂଗଲ ପଟ୍ଟା ପାଇଁ ଦାବି କରିଛନ୍ତି।ବର୍ଷବର୍ଷ ଧରି ଏହି ଜନଜାତି ନିଜ ଅଂଚଳର ଜଂଗଲକୁ ସୁରକ୍ଷା ଦେବା ସହ ବନ୍ୟଜନ୍ତୁଙ୍କର ମଧ୍ୟ ସୁରକ୍ଷା ଦେଇ ଆସୁଛନ୍ତି। ଏହି ଜଂଗଲ ହେଉଛି ସେମାନଙ୍କର ମା’ ସଦୃଶ୍ୟ।ଏହାଦ୍ବାରା ସେମାନେ ନିଜର ଜୀବନଜୀବିକା ମଧ୍ୟ ଚଳାଉଛନ୍ତି। ତେଣୁ ୨୦୧୯ ମସିହାରେ ଜଂଗଲ ଅଧିକାର ସ୍ବୀକୃତି ଆଇନ-୨୦୦୬ ଏବଂ ଜଂଗଲ ଅଧିକର ସ୍ବୀକୃତ ସଂଶୋଧିତ ଆଇନ -୨୦୧୨ ଅନୁଯାୟୀ ଗୋଷ୍ଠୀ ଜଂଗଲ ଜମିର ପଟ୍ଟା ପାଇଁ ଆବେଦନ କରିଥିଲେ। ଉପଖଣ୍ଡସ୍ତରୀୟ ଜଂଗଲ ଅଧିକାର ପ୍ରକୋଷ୍ଠରେ ଏହି ଆଦିବାସୀମାନେ ଲଗାତାର ସିରୋନାମ ବା ପଟ୍ଟା ପାଇଁ ଦାବି କରିଆସୁଥିଲେ।

ତେବେ ଜିଲ୍ଲାସ୍ତରୀୟ ଜଂଗଲ ଅଧିକାର ଆଇନ କମିଟିର ଅଧ୍ୟକ୍ଷ ଜଂଗଲ ଅଧିକାର କରିଥିବା ଜନଜାତି ଏବଂ ଗ୍ରାମବାସୀଙ୍କୁ ପଟ୍ଟା ପ୍ରଦାନ କରିଛନ୍ତି। ଏହାକୁ ପାଇବା ପାଇଁ ସମସ୍ତ ଗ୍ରାମବାସୀ ଏକତ୍ର ହୋଇ ଜିଲ୍ଲାପାଳଙ୍କୁ ଭେଟିଥିଲେ। ଜିଲ୍ଲାପାଳ ତୁରନ୍ତ ଏହି କମିଟିର ଅଧ୍ୟକ୍ଷ ଡିଡବ୍ଲୁଓଙ୍କୁ ଏହାର ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ।ଏଥିସହ ସ୍ଥାନୀୟ ତହସିଲଦାରଙ୍କୁ ପଟ୍ଟା ପ୍ରଦାନ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ ବୋଲି ଜଣାପଡ଼ିଛି।

କାଲିମେଳା ଓ ଖଇରପୁଟ ବ୍ଲକର ବିଭିନ୍ନ ପଞ୍ଚାୟତର ରାଜସ୍ବ ଗ୍ରାମର ଲୋକେ ଦୀର୍ଘ ଦିନ ଧରି ଜଂଗଲର ସୁରକ୍ଷା କରିଆସୁଥିଲେ ମଧ୍ୟ ଗୋଷ୍ଠୀ ଜଂଗଲ ପଟ୍ଟା ପ୍ରଦାନ କରାଯାଉନଥିଲା। ଜଂଗଲ ଅଧିକାର ଆଇନ ବଳରେ ସେମାନେ ଏହି ପଟ୍ଟାକୁ ହାସଲ କରିଥିବାରୁ ଖୁସି ଜାହିର କରିଥିଲେ। ତେବେ ଏହି ପଟ୍ଟା ପାଇବା ପରେ ସେମାନେ ଜଂଗଲର ପରିସୀମା ଜାଣିବା ସହ ଜଂଗଲକୁ ଆହୁରି ବଢାଇବା ସହ ଜଂଗଲି ଜନ୍ତୁର ମଧ୍ୟ ସୁରକ୍ଷା ବଢାଇବେ। ତେଣୁ ଜିଲ୍ଲାର ଅନ୍ୟ ବ୍ଲକର ଜନଜାତି ମଧ୍ୟ ଏହି ନିୟମ ବଳରେ ନିଜ ନିଜ ଅଂଚଳର ଜଂଗଲକୁ ସୁରକ୍ଷା ଯୋଗାଉଥିବାରୁ ଜଂଗଲ ପଟ୍ଟା ହାସଲ କରିପାରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର