କ୍ରେନ୍ ଚାପି ଦେବାରୁ ଶ୍ରମିକଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ କମ୍ପାନି ଗେଟ୍ ସମ୍ମୁଖରେ ଧାରଣା

ଖୁଣ୍ଟୁଣୀ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲ ସ୍ଥିତ ଆରତୀ ଷ୍ଟିଲ ପ୍ଲାଣ୍ଟରେ ଗତକାଲି ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ରୋଲିଂ ମେସିନରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସନାତନ ପାଢ଼ୀ(୪୮)। ତାଙ୍କ ଘର ଆଠଗଡ଼ ଥାନା ଅନ୍ତର୍ଗତ ଯୋରନ୍ଦା ପଞ୍ଚାୟତ ହରିଡ଼ାଗହିର ଗ୍ରାମରେ ବୋଲି ଜଣାଯାଇଛି। ସେ ରୋଲିଂ ମେସିନରେ କାମ କରୁଥିବା ବେଳେ ଏକ କ୍ରେନ୍ ତାଙ୍କୁ ଚାପି ଦେଇଥିଲା।

କଂପାନି କର୍ତ୍ତୃପକ୍ଷ ସନାତନ ପାଢ଼ୀ କଟକ ନେଇଯାଇଥିଲେ। ଏଣେ କ୍ଷତିପୂରଣ ଦାବିରେ କମ୍ପାନି ଗେଟ୍ ସମ୍ମୁଖରେ ପରିବାରର ସଦସ୍ୟ ଓ ଶ୍ରମିକମାନେ ଧାରଣା ଦେଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ହେତୁ ଗୋଟିଏ ସେକ୍ସନ ଫୋର୍ସ ମୁତୟନ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର