ମୁମ୍ବାଇ: ବଲିଉଡ୍ର ସୁପରଷ୍ଟାର୍ କହିଲେ ଆଖି ସାମ୍ନାକୁ ଆସେ ଅଭିନେତା ସଲମାନ ଖାନଙ୍କ ଚେହେରା। ସେ ପ୍ରାୟ ତିନି ଦଶଂନ୍ଧି ହେବ ବଲିଉଡ୍ର ବଛା ବଛା ଅଭିନେତ୍ରୀଙ୍କ ସହ ପରଦାରେ ରୋମାନ୍ସ କରି ସାରିଥିବା ଦେଖିବାକୁ ମିଳିଛି। ମାତ୍ର ଅନେକ ଏକଥା ଜାଣନ୍ତି ନାହିଁ ଯେ ଅଭିନୟ କ୍ଷେତ୍ରରେ ଦକ୍ଷ ଏହି ନାୟକ ଜଣକ ପାଠପଢ଼ା କ୍ଷେତ୍ରରେ କିନ୍ତୁ ଖୁବ୍ ଦୁର୍ବଳ। ନିକଟରେ ସଲମାନଙ୍କ ବାପା ସଲିମ୍ ତାଙ୍କ ସଂପର୍କରେ ଏକ ଗୁଢ଼ ରହସ୍ୟ ସଂପର୍କରେ ଖୁଲାସା କରିଛନ୍ତି। ସେ କହିଛନ୍ତି କି ସଲମାନ ପ୍ରଶ୍ନ ପତ୍ର ଚୋରାଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ କପିଲ ଶର୍ମାଙ୍କ ସୋ’ରେ ସଲିମ ଖାନ ଏହି ରହସ୍ୟ ଖୋଲିଛନ୍ତି। ୮୩ ବର୍ଷିଅ ଏହି କାହାଣୀକାର ସୋ’କୁ ତାଙ୍କର ତିନି ପୁଅ ସଲମାନ, ସୋହିଲ ଏବଂ ଅର୍ବାଜ ଖାନଙ୍କ ସହ ଆସିଥିଲେ। ଖାନ ପରିବାରଙ୍କ ଆଗମନରେ ପୂରି ଉଠିଥିଲା ସୋ’ର ମଞ୍ଚ।
Jab Kapil ke ghar aayi Khan family, dekhiye kiss kiss ki pol khul gayi! #TheKapilSharmaShow, 29 Dec se, har Sat-Sun raat 9:30 baje. @BeingSalmanKhan @SohailKhan @arbaazSkhan @KapilSharmaK9 @kikusharda @haanjichandan @Krushna_KAS @bharti_lalli @sumona24 @RochelleMRao @trulyedward pic.twitter.com/Aux3E7bXXg
— Sony TV (@SonyTV) 26 December 2018
ସଲିମ୍ ଅତ୍ୟନ୍ତ ମଜାକିଆ ଅନ୍ଦାଜରେ କହିଛନ୍ତି, ‘ମୋ ଘରକୁ ଏକ ଲୋକ ଆସୁଥିଲା। ସେ ଆସିବା ମାତ୍ରେ ସଲମାନ ଖୁବ୍ ଖୁସି ହୋଇ ଗଣେଶ ଆସିଲା, ଗଣେଶ ଆସିଲା କହି ଦୌଡ଼ି ଯାଉଥିଲା। ଗଣେଶକୁ ଚା’ ଦିଅ ଓ ବସିବାକୁ ଚ୍ୟାୟର୍ ଦିଅ କହି ଘର ଫଟେଇ ଦେଉଥିଲା। ମୁଁ ଭାବିଲି କିଏ ଇଏ ବ୍ୟକ୍ତି, ଯାହାକୁ ମୋ ଘରେ ମୋଠୁ ବେଶି ସମ୍ମାନ ମିଳୁଛି? ପୁଣି ପରେ ଜଣା ପଡ଼ିଲା ଯେ ସେ ହି ସଲମାନଙ୍କୁ ଆଣି ପ୍ରଶ୍ନ ପତ୍ର ଦେଉଥିଲା।’
ସଲମାନ ଆଗାମୀ ଭବିଷ୍ୟତରେ ଅଲ୍ଲୀ ଆବାସ ଜାଫରଙ୍କ ‘ଭାରତ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବେ। ୨୦୧୯ ଇଦ୍ରେ ରିଲିଜ୍ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନ୍ କୈଫ୍, ଦିଶା ପଟାନି ଓ ତବୁ ବି ଦେଖିବାକୁ ମିଳିବେ।