ବିଜେପି ମୁଖା ଖେୋଲିଦେଲେ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ, କହିଲେ; ଜେଟ୍କୁ କମ ଦାମ୍ରେ ସ୍ପାଇସ୍ଜେଟ୍କୁ ବିକିବାକୁ ଚାହୁଁଛନ୍ତି ଅରୁଣ ଜେଟ୍ଲୀ ଏବଂ ଜୟନ୍ତ ସିହ୍ନା
ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଗୁରୁବାର ଏକ ଟୁଇଟ୍ କରି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଏବଂ ବେସାମରିକ ବିମାନ ଚାଳଚଳର ରାଜ୍ୟମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଦୁହେଁ ଜେଟ୍ର ପତନ ପାଇଁ ଦାୟୀ । ଯାହାର ଫାଇବା ଏବେ ସ୍ପାଇସ୍ଜେଟ୍କୁ ମିଳୁଛି ବୋଲି କହିଛନ୍ତି । ଦୁହେଁ ବିଜେପିର ସମ୍ମାନକୁ ଖରାପ କରିଥିବାରୁ ଏହି ମାମଲା ଉପରେ ତର୍ଜମା କରି ଦୁହିଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୋଦୀଙ୍କୁ କହିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ ।
Sambad is now on WhatsApp
Join and get latest news updates delivered to you via WhatsApp
ଟୁଇଟ୍ କରି, “ମୁଁ ମୋଦୀଜୀଙ୍କୁ କହିବାକୁ ଚାହୁଁଛି କି, ସେ ଅରୁଣ ଜେଟ୍ଲୀ ଏବଂ ଜୟନ୍ତ ସିହ୍ନାଙ୍କୁ ଏଭଳି କାମ କରିବାକୁ ରୋକନ୍ତୁ । ଦୁହେଁ ଜେଟ୍ ଏୟାରେଓ୍ଵଜ୍କୁ ସ୍ପାଇସ୍ଜେଟ୍କୁ ଦେବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏଭଳି କରି ସେମାନେ ନିଜ ପଦର ଭୁଲ ବ୍ୟବହାର କରିବା ସହ ବିଜେପିର ସମ୍ମାନ ଏବଂ ପ୍ରତିଷ୍ଠାକୁ ନଷ୍ଟ କରୁଛନ୍ତି” ବୋଲି ଲେଖିଥିଲେ ସୁବ୍ରମଣ୍ୟମ ସ୍ୱାମୀ ।
I urge Namo to tell Jaitely and Jayant Sinha to lay off trying to parcel off Jet Airways to Spice Jet. It smells of favouritism and misuse of official position that will damage BJP’s reputation
— Subramanian Swamy (@Swamy39) 25 April 2019
ସୂଚନା ମୁତାବକ, କମ୍ପାନି ଉପରେ ୮ହଜାର କୋଟି ଟଙ୍କା ଋଣ ଭାର ରହିଥିବାରୁ ଏହାକୁ ସୁଝି ନ ପାରି ଆଜି ଦେବାଳିଆ ହୋଇ ପଡ଼ିଛି ଜେଟ୍ ଏୟାରେଓ୍ଵଜ୍ । କୌଣସି ବ୍ୟାଙ୍କ ପାଣ୍ଠି ଦେବାକୁ ରାଜି ନ ହେବାରୁ ବିମାନ ଚଳାଚଳକୁ ବନ୍ଦ କରି ଦିଆଯାଇଛି । ପୂର୍ବରୁ ସ୍ପାଇସ୍ଜେଟ୍ ଜେଟ୍ର ୫୦୦କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ବେଳେ ଜେଟ୍କୁ ଅକ୍ତିଆର କରିବାର ଯୋଜନା କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।