ଭୁବନେଶ୍ୱର: ଚାମ୍ପର ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ କମର୍ସିଆଲ୍ ଅଣ୍ଡରଟେକିଂ (ସିସୁ) ଲୁଧିଆନା ପକ୍ଷରୁ ଆୟୋଜନ କରାଯାଇଥିବା ବ୍ରାଣ୍ଡ୍ ଆଣ୍ଡ ଆଇପିଆର୍ ସମ୍ମିଳନୀରେ ଡ୍ୟୁକ୍ ଫେସନ୍କୁ ଶ୍ରେଷ୍ଠ ବ୍ରାଣ୍ଡ୍ ପୁରସ୍କାର ପ୍ରଦାନ କରାଯାଇଛି। ପଞ୍ଜାବର ଅର୍ଥମନ୍ତ୍ରୀ ଏସ୍ ମନପ୍ରୀତ ସିଂହ ବାଦଲଙ୍କଠାରୁ କଂପାନିର ନିର୍ଦେଶକ କୁନ୍ତଲ ରାଜ ଜୈନ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି ଅବସରରେ ପଞ୍ଜାବର ଶିଳ୍ପ ସଚିବ ରାକେଶ କୁମାର ବର୍ମା ଉପସ୍ଥିତ ଥିଲେ। ଏହି ପୁରସ୍କାର ହାସଲ କରି ବେଶ ଉଲ୍ଲସିତ ଥିବା ଶ୍ରୀ ଜୈନ କହିଛନ୍ତି ଯେ ଆମର ଚ୍ୟାନେଲ୍ ପାର୍ଟନର, କର୍ମଚାରୀ ଏବଂ ସହଯୋଗୀଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି।