ପୁଣି ଥରେ ମା’ ବନିଲେ ସମୀରା, ଶିଶୁ କନ୍ୟାକୁ ଦେଲେ ଜନ୍ମ
ମୁମ୍ବାଇ: ଦ୍ୱିତୀୟ ଥର ପାଇଁ ମା’ ବନିଛନ୍ତି ସମୀରା ରେଡ୍ଡୀ । ପ୍ରଥମେ ସେ ଏକ ଶିଶୁ ପୁତ୍ରର ମା’ ବନିଥିବା ବେଳେ ଏବେ ସେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ୨୦୧୫ରେ ସେ ପୁଅ ହଂସକୁ ଜନ୍ମ ଦେଇଥିବା ବେଳେ ୨୦୧୯ରେ ସେ ଦ୍ୱିତୀୟ ଥର ମା’ ବନି ଖୁବ୍ ଖୁସି ଥିବା ଜଣା ପଡ଼ିଛି । ପ୍ରସବର ଗୋଟେ ଦିନ ପୂର୍ବରୁ ସମୀର ଏକ ବ୍ଲାକ୍ ଆଣ୍ଡ ହ୍ଵାଇଟ ଫଟୋ ସେୟାର କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
View this post on Instagram
ଯାହାର କ୍ୟାପ୍ସନରେ, ହେଲୋ ବମ୍ପି, ଆମେ ବହୁତ ପାଖରେ ବୋଲି ଲେଖିଥିଲେ ସମୀର । ଯାହାର ଗୋଟେ ଦିନ ପରେ ସେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଶିଶୁର ଜନ୍ମ ଖାର୍ସ୍ଥିତ ବୀମ୍ ସ୍ପେଶାଲିଷ୍ଟ ହସ୍ପିଟାଲରେ ହୋଇଥିବା ଜଣା ପଡ଼ିଛି । ପ୍ରଥମେ ଏ ନେଇ ସୀମରାଙ୍କ ମା’ ସୂଚନା ଦେଇଥିବା ବେଳେ ପରେ ସମୀର ନବଜାତର ହାତ ଧରି ଫଟୋ ସେୟାର କରିବା ପରେ ଖବରଟି ଚର୍ଚ୍ଚାକୁ ଆସିଥିଲା । ଫଟୋର କ୍ୟାପ୍ସନରେ, ଆଜି ସକାଳେ ଆମର ଛୋଟ ପରୀ ଆସିଲା । ଭଲପାଇବା ଏବଂ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ବୋଲି ଲେଖିଥିଲେ ସମୀର ।