ନୂଆଦିଲ୍ଲୀ : ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସୁପ୍ରିମୋ ମେହବୁବା ମୁଫ୍ତିଙ୍କ ଝିଅ ଇଲ୍ତିଜା ମୁଫ୍ତି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ତାଙ୍କୁ କାହିଁକି ତାଙ୍କ ବାସଭବନରେ ଗୃହବନ୍ଦୀ ରଖାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଖୁବ୍ ଭୟରେ ଅଛନ୍ତି ବୋଲି କହିଛନ୍ତି। ସାରା ଦେଶ ସ୍ବାଧୀନତା ଦିବସ ପାଳୁଥିବା ବେଳେ କଶ୍ମୀର ବାସିନ୍ଦାଙ୍କୁ ପଶୁ ପରି ରଖାଯାଇଛି ବୋଲି ଇଲତିଜା ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଇଲତିଜା କହିଛନ୍ତି ଯେ ଗଣମାଧ୍ୟମକୁ ସାକ୍ଷାତକାର ଦେବାରୁ ତାଙ୍କୁ ବଞ୍ଚିତ କରାଯାଇଛି ଏବଂ ବିନା କାରଣରେ ଅଟକ ରଖାଯାଇଛି । ଯଦି ସେ ଗଣମାଧ୍ୟମରେ କିଛି କୁହନ୍ତି ତେବେ ତାଙ୍କୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ମିଳିଥିବା ସେ କହିଛନ୍ତି। ବାସ୍ତବରେ କେଉଁ କାରଣ ମତେ ଅଟକ ରଖାଯାଇଛି ତାହା ମୁଁ ସ୍ପଷ୍ଟ ଭାବେ ଜାଣିବାପାଇଁ ଚାହୁଛି ବୋଲି ଶାହଙ୍କୁ ଏହି ଖୋଲା ଚିଠିରେ ଇଲ୍ତିଜା କହିଛନ୍ତି। ଏଭଳି ଢଙ୍ଗରେ ଅଟକ ରଖାଯିବା ଦ୍ବାରା ଖୁବ୍ ଅପମାନିତ ଏବଂ ଅଣନିଶ୍ବାସୀ ଲାଗୁଛି ବୋଲି ସେ କହିଛନ୍ତି।