ମେଷ: କୌଣସି କାମରେ ଲାଗି ରହିଥିବା ବାଧା ଦୂର ହେବ। ଅଚାନକ ଧନଲାଭ ହେବ। ବ୍ୟବସାୟରେ ଉନ୍ନତି କରିବେ। କୌଣସି ଭଲ ଖବର ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଦିନଟି ଆତ୍ମବିଶ୍ବାସ ଭରା ରହିବ। ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ରାଜନୀତିରେ କିଛି ଆଶା ପୂରଣ ହେବ।
ମିଥୁନ: ସାରା ଦିନ କାମ କରିବା ହେତୁ କ୍ଳାନ୍ତ ଅନୁଭବ କରିବେ। ଲାଗି ରହଥିବା ମକଦ୍ଦମା ଆପଣଙ୍କ ପକ୍ଷରେ ହେବ। ଛାତ୍ରଙ୍କ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ହେବ।
କର୍କଟ: ସାରା ଦିନ ପ୍ରସନ୍ନ ରହିବେ। ଆପଣ ଅନୁରୋଧକୁ କେହି ମନା କରିବେ ନାହିଁ। ଧନଲାଭର ନୂଆ ମାର୍ଗ ଖୋଲିବ। ଅଫିସରେ ନୂଆ ଦାୟିତ୍ବ ପାଇବେ।
ସି˚ହ: ପିତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଜୀବନରେ ଆଗକୁ ବଢ଼ିବା ଲାଗି ରାସ୍ତା ଖୋଲିବ। ବନ୍ଧୁଙ୍କୁ ଫୋନରେ ମନ କଥା କହିବେ।
କନ୍ୟା: ସବୁ ପ୍ରସଙ୍ଗରେ ମନ ସକାରାତ୍ମକ ରହିବ। ଉନ୍ନତି ସମ୍ବନ୍ଧୀୟ ଉପଯୋଗୀ କଥା ସାମନାକୁ ଆସିବ। ଅଫିସରେ ତଳିଆ କର୍ମଚାରୀଙ୍କର ସାହାଯ୍ୟ ମିଳିବ।
ତୁଳା: ଭାବିଥିବା ସବୁ କାମ ସ˚ପୂର୍ଣ୍ଣ କରିବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରି ବିଫଳ ହେବେ। ଘରେ ଖୁସିର ପରିବେଶ ରହିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ବିଛା: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ରାଜନୈତିକ ସ˚ପର୍କରୁ ସ୍ଥଗିତ ଥିବା କାମ ଆଗକୁ ବଢ଼ିବ। ଜୀବନସାଥୀ ଆପଣଙ୍କୁ ବହୁତ ପ୍ରଶ˚ସା କରିବେ।
ଧନୁ: ନକାରାତ୍ମକ ବିଚାର ଠାରୁ ଦୂରେଇ ରୁହନ୍ତୁ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର କଷ୍ଟ କମ୍ ହେବ।
ମକର: ପୂଜାପାଠରେ ମନ ଲାଗିବ। ନୂଆ ଲୋକଙ୍କ ସହିତ ବାର୍ତ୍ତାଳାପ ବ୍ୟବସାୟ ପାଇଁ ସହାୟକ ହେବ। ଗୃହିଣୀ କମ୍ ସମୟରେ କାର୍ଯ୍ୟ ସମାପ୍ତ କରିବାରେ ସକ୍ଷମ ହେବେ।
କୁମ୍ଭ: ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। କ୍ୟାରିୟର ସ˚ପର୍କିତ ନୂଆ ସୁଯୋଗ ମିଳିବ। ଯାତାୟାତ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
ମୀନ: ଚାକିରି ସମ୍ବନ୍ଧରେ ଆଶ୍ବସ୍ତିକର ଖବର ପାଇବେ। ବ୍ୟବସାୟରେ ଚୁକ୍ତି ପାଇଁ ବାହାରକୁ ଯିବାକୁ ପଡ଼ିପାରେ। ଜୀବନସାଥୀ ଆପଣଙ୍କ ଭାବନାକୁ ଆଦର କରିବେ।