ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ଟି-୨୦ ବିଶ୍ୱକପ । ଅକ୍ଟୋବର ୨୪ ତାରିଖରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ପାକିସ୍ତାନ । ହେଲେ ଏବେ ଏହି ମ୍ୟାଚକୁ ରଦ୍ଦ କରିବା ପାଇଁ ପ୍ରଶଂସକମାନେ ଦାବି କରିଛନ୍ତି । ଟ୍ୱିଟରରେ ଏବେ ଟ୍ରେଣ୍ଡ କରୁଛି, ଭାରତ-ପାକିସ୍ତାନ ମ୍ୟାଚକୁ ରଦ୍ଦ କରାଯାଉ । ଗତ କିଛି ଦିନ ମଧ୍ୟରେ ଆତଙ୍କବାଦୀଙ୍କ ଆକ୍ରମଣ ବଢ଼ିଥିବାରୁ ଏପରି ଟ୍ରେଣ୍ଡ କରୁଥିବା ଜଣାପଡିଛି |
Sambad is now on WhatsApp
Join and get latest news updates delivered to you via WhatsApp
ଲଗାତାର ଜମ୍ମୁ-କଶ୍ମୀରରେ ପାକିସ୍ତାନ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ସେପଟେ କିଛି ଦିନ ତଳେ ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଆତଙ୍କବାଦୀଙ୍କ ଗୁଳିରେ ଜମ୍ମୁର ଜଣେ ଗୁପଚୁପ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିଲା । ବାଙ୍କାରେ ରହୁଥିବା ଏହି ମୃତକଙ୍କ ପିତା ବର୍ତ୍ତମାନ ଟି -୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚକୁ ବାତିଲ କରିବାକୁ ଦାବି କରିଛନ୍ତି। ସରକାରଙ୍କୁ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିବା ସହ ନିଜ ପୁଅର ମୃତ୍ୟୁ ପାଇଁ ସେ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଛନ୍ତି | ଏହା ସହ ପାକିସ୍ତାନୀ ଆତଙ୍କବାଦୀଙ୍କ ଏହି କାର୍ଯ୍ୟକଳାପ ପାଇଁ ଏବେ ପାକିସ୍ତାନ ସହ ଭାରତର ମ୍ୟାଚ ରଦ୍ଦ କରିବା ପାଇଁ ଦାବି ଉଠାଇଛନ୍ତି ଲୋକେ ।