ସୋନିଆଙ୍କୁ ଭେଟିବେ ନୀତୀଶ, ଲାଲୁ
ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଆଜି କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ସେ ଖୁବ୍ ଶୀଘ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବେ। ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଦଳଙ୍କୁ ଏକାଠି କରିବା ପ୍ରସଙ୍ଗରେ ଲାଲୁ ଏବଂ ନୀତୀଶ ସୋନିଆଙ୍କୁ ଭେଟିବେ। ଲାଲୁ କହିଛନ୍ତି, ଲୋକମାନେ ସାମ୍ନା କରୁଥିବା ବାସ୍ତବ ପ୍ରସଙ୍ଗକୁ ଏଡ଼ାଇ ଯିବା ପାଇଁ ବିଜେପି ସାମ୍ପ୍ରଦାୟିକ ସଦ୍ଭାବନା ଭଙ୍ଗ କରିବାକୁ ଚାହୁଛି। ଲାଲୁ କହିଛନ୍ତି, ମୁଁ ଏବଂ ନୀତୀଶ ଦିଲ୍ଲୀରେ ସୋନିଆଙ୍କୁ ଭେଟିବୁ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ମୁଁ ଭେଟିବି। ଆଗାମୀ ଲୋକସଭା ନିର୍ବାଚନରେ ମିଳିତ ବିରୋଧୀ ଦଳ ବିଜେପିକୁ କ୍ଷମତାରୁ ହଟାଇବାକୁ ସକ୍ଷମ ହେବେ ବୋଲି ଲାଲୁ ଦୃଢ଼ୋକ୍ତି ବାଢ଼ିଛନ୍ତି।