ନୂଆଦିଲ୍ଲୀ: ଦେଶର ସର୍ବବୃହତ କାସିନୋ ଶୃଙ୍ଖଳା ଡେଲ୍ଟା କର୍ପକୁ ଜିଏସ୍ଟି ମହାନିର୍ଦେଶାଳୟ ୧୧,୧୩୯ କୋଟି ଟଙ୍କାର ଜିଏସ୍ଟି ନୋଟିସ୍ ପଠାଇଛନ୍ତି। ୨୦୧୭ ଜୁଲାଇରୁ ୨୦୨୨ ମାର୍ଚ୍ଚ ସମୟ ପାଇଁ କଂପାନିକୁ ଏହି ନୋଟିସ୍ ପଠାଯାଇଛି। ଯଦି କଂପାନି ଟିକସ ପଇଠ କରିବନି ତେବେ ତାହାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ। ସେହିପରି ଭାରତୀୟ ଜୀବନ ବୀମା ନିଗମକୁ ବିହାରର ଅତିରିକ୍ତ ରାଜ୍ୟ କର କମିସନର ୨୯୦ କୋଟି ଟଙ୍କାର ଜିଏସ୍ଟି ନୋଟିସ୍ ପଠାଇଛନ୍ତି। ଏହି ଦାବି ବିରୋଧରେ କଂପାନି ଜିଏସ୍ଟି ଆପିଲିଟ୍ ଟ୍ରିବ୍ୟୁନାଲ୍ରେ ଅପିଲ୍ କରିବା ଉପରେ ବିଚାର କରୁଛି।
ଡେଲ୍ଟା କର୍ପକୁ ୧୧,୧୩୯ କୋଟି, ଏଲ୍ଆଇସିକୁ ୨୯୦ କୋଟିର ଜିଏସ୍ଟି ନୋଟିସ୍
/sambad/media/post_attachments/wp-content/uploads/2022/04/GST2-1.jpg)