୪୦ କୋଟିରୁ ଅଧିକ ଟଙ୍କାର ୫୮ ଘର ବିକ୍ରି

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫୮ଟି ଘର ବିକ୍ରି ହୋଇଥିବା ବେଳେ ୨୦୦ ଟଙ୍କାରୁ ଅଧିକ ମୂଲ୍ୟର ୪ଟି ଘର ବିକ୍ରି ହୋଇଛି। ଆନାରକ୍ ଗ୍ରୁପ୍ ରି‌ପୋର୍ଟ ଅନୁସାରେ ୨୦୨୨ରେ ୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୩ଟି ଘର ବିକ୍ରି ହୋଇଥିବା ବେଳେ ଏଥର ସେହି ସଂଖ୍ୟା ୫୮କୁ ବୃଦ୍ଧି ପାଇଛି। ସେଥିରେ ଆପାର୍ଟମେଣ୍ଟ ସଂଖ୍ୟା ୫୩ ଥିବା ବେ‌ଳେ ୫ଟି ବଙ୍ଗଳା ରହିଛି। ଅଧିକାଂଶ ଘର ମୁମ୍ବାଇରେ ବିକ୍ରି ହୋଇଛି। ସେହିପରି, ୨୦୦ କୋଟି ଟଙ୍କାରୁ ଅଧିକ ଦାମ୍‌ର ସମସ୍ତ ଚାରିଟି ଘର ମୁମ୍ବାଇରେ ବିକ୍ରି ହୋଇଛି। ସର୍ବାଧିକ ୩୬୯ କୋଟି ଟଙ୍କାରେ ମୁମ୍ବାଇର ମାଲାବାର ହିଲ୍‌ରେ ଏକ ଆପାର୍ଟମେଣ୍ଟ ବିକ୍ରି ହୋଇଛି। ଦିଲ୍ଲୀର ଏକ ବଙ୍ଗଳା ୧୬୦ କୋଟି ଟଙ୍କାରେ ବିକ୍ରି ହୋଇଛି।

ସମ୍ବନ୍ଧିତ ଖବର