ମାଗଣା ପାଉଥିବା ଲୋକ ସମାଜକୁ ଫେରାଇବା ଦରକାର: ନାରାୟଣମୂର୍ତ୍ତି

ନୂଆଦିଲ୍ଲୀ: ଭୋଟରଙ୍କ ମନ ଜିଣିବା ଲାଗି ଘୋଷଣା ହେଉଥିବା ମାଗଣା ସ୍କିମକୁ ଇନ୍‌ଫୋସିସ୍‌ ସହ ପ୍ରତିଷ୍ଠାତା ଏନ୍ ଆର୍‌ ନାରାୟଣମୂର୍ତ୍ତି ନାପସନ୍ଦ କରିଛନ୍ତି। ସେ କହିଛନ୍ତି ଯେ ମୁଁ ମାଗଣା ସ୍କିମକୁ ବିରୋଧ କରୁନାହିଁ। ମୁଁ ବି ଗରିବ ପରିବାରରୁ ଆସିଛି। ଏହାର ମହତ୍ବ ଜାଣିଛି। କିଛି ବି ମାଗଣା ନୁହେଁ। ଯେଉଁମାନେ ରିହାତିରେ ସରକାରଙ୍କଠାରୁ କିଛି ଲାଭ ପାଉଛନ୍ତି ସେମାନେ ‌ସମାଜକୁ କୌଣସି ବାଟରେ ତାହା ଫେରାଇବା ଉଚିତ। ଭାରତକୁ ସମୃଦ୍ଧ ହେବାକୁ ହେଲେ ‘କରୁଣା ପୁଞ୍ଜିବାଦ’ ଏକମାତ୍ର ସମାଧାନ ବୋଲି ସେ କହିଛନ୍ତି।

ଉଦାହରଣ ଦେଇ ସେ କହିଛନ୍ତି ଯେ ଲୋକଙ୍କୁ ମାଗଣା ବିଜୁଳି ଦେବା ଲାଗି ‌ସରକାର ଘୋଷଣା କରିବା ବେଳେ ପ୍ରତିବଦଳରେ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ପିଲାଙ୍କ ସଂଖ୍ୟା ୨୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବା ମାଗିବା ଦରକାର। ତାହା ତେବେଯୋଇ ମାଗଣାରେ ବିଜୁଳି ଦିଆଯିବ ବୋଲି ସର୍ତ୍ତ ରହିବା ଦରକାର। ମାଗଣା ସୁବିଧା ପାଉଥିବା ଲୋକମାନଙ୍କୁ ନିଜ ପର ପିଢ଼ିର ଭବିଷ୍ୟତକୁ ଆହୁରି ଉନ୍ନତ କରିବା ଲାଗି କିଛିଟା ଦାୟିତ୍ବ ନିର୍ବାହ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଅଧିକ ଟିକସ ହାରକୁ ମଧ୍ୟ ସେ ସମର୍ଥନ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଚୀନ୍‌ଠାରୁ ଆଗକୁ ବଢ଼ିବାକୁ ହେଲେ ଭିତ୍ତିଭୂମି କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନଙ୍କୁ ତିନିଟି ସିଫ୍ଟରେ କାମ କରିବାକୁ ହେବ।

ସମ୍ବନ୍ଧିତ ଖବର