ଏପର୍ଯ୍ୟନ୍ତ ୯୭.୬୯% ୨୦୦୦ ଟଙ୍କିଆ ନୋଟ ଫେରିଛି : ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୋମବାର (ଏପ୍ରିଲ ୧) ୨୦୦୦ ଟଙ୍କିଆ ନୋଟ୍ କୁ ନେଇ ଏକ ବଡ଼ ଅପଡେଟ୍ ଦେଇଛି। ଆରବିଆଇ କହିଛି ପ୍ରାୟ ୯୭.୬୯ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କକୁ ଫେରିଆସିଛି । ମାତ୍ର ୮୨୦୨ କୋଟି ଟଙ୍କାର ୨୦ ଟଙ୍କିଆ ନୋଟ୍ ଏବେ ଲୋକଙ୍କ ପାଖରେ ରହିଛି।  ରିଜର୍ଭ ବ୍ୟାଙ୍କ ୨୦୨୩ ମେ ୧୯ରେ ୨୦ ଟଙ୍କିଆ ନୋଟକୁ ପ୍ରଚଳନରୁ ହଟାଇବାକୁ ଘୋଷଣା କରିଥିଲା।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୪ ମାର୍ଚ୍ଚ ୨୯ରେ ଏହା ୮,୨୦୨ କୋଟି ଟଙ୍କାକୁ ଖସି ଆସିଛି। ଅର୍ଥାତ୍ ୨୦୨୩ ମେ’ ୧୯ ରେ ପ୍ରଚଳନରେ ଥିବା ୨୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୬୯ ପ୍ରତିଶତ ଫେରି ଆସିଛି । ରିଜର୍ଭ ବ୍ୟାଙ୍କ କହିଛି ଯେ ୨୦୦୦ ଟଙ୍କିଆ ନୋଟର ବୈଧତା ବଜାୟ ରହିଛି।

ଦେଶର ୧୯ଟି ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟରେ ଲୋକମାନେ ୨୦୦୦ ଟଙ୍କିଆ ନୋଟ୍ ଜମା କିମ୍ବା ବିନିମୟ କରିପାରିବେ। ଏହାଛଡ଼ା ଦେଶରେ ନିଜ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପାଇଁ ଲୋକମାନେ ଯେ କୌଣସି ପୋଷ୍ଟ ଅଫିସରୁ ଆରବିଆଇର ଯେକୌଣସି ଇସ୍ୟୁ ଅଫିସକୁ ୨୦୦୦ ଟଙ୍କିଆ ନୋଟ୍ ପଠାଇପାରିବେ ।

ସମ୍ବନ୍ଧିତ ଖବର