କେଜ୍ରିୱାଲଙ୍କୁ ଜେଲରେ ଏହି ୬ଜଣ ଭେଟି ପାରିବେ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ତିହାଡ଼ ଜେଲରେ ଜେଲନମ୍ବର ୨ରେ କଏଦୀ ଭାବେ ଅଛନ୍ତି। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଜେଲରେ ପ୍ରଥମରାତି କଟିବ। ‌

ଜେଲ‌ର ଯେଉଁ କଠୋରୀରେ ଅରବିନ୍ଦ କେଜ୍ରିୱାଲଙ୍କୁ ରଖାଯାଇଛି ତାହା ୧୪ଫୁଟ ଲମ୍ବା ଓ ୮ଫୁଟ ଚଉଡାର ରହିଛି। ଏଥିରେ ଏକ ଟିଭି ଲାଗିଛି। କଠୋରି ବାହା‌ରେ ୪ଜଣ ସୁରକ୍ଷାକର୍ମୀ ଅରବିନ୍ଦଙ୍କ ଉପରେ ୨୪ଘଣ୍ଟା ନଜର ରଖିବେ।

କେଜ୍ରିୱାଲ ଜେଲ ଯିବା ପୂର୍ବରୁ କୋର୍ଟଙ୍କୁ ତିନିଟି ବହି ନେବାକୁ ଅନୁରୋଧ କରିଥି‌ଲେ। ଏହି ତିନିଟି ବହି ମଧ୍ୟରେ ରହିଛି ଶ୍ରୀମଦଭାଗବତଗୀତା, ରାମାୟଣ ଓ ହାଓ ପ୍ରାଇମ ମିନିଷ୍ଟର ଡିସାଇଡ଼।

ତେବେ ଅରବିନ୍ଦଙ୍କୁ ଜେଲରେ ଭେଟିବା ପାଇଁ ୬ଜଣଙ୍କ ନାମ ଦିଆଯାଇଛି। ଏହି ୬ଜଣ ଲୋକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲରେ ଥିବା ବେଳେ ଭେଟି ପାରିବେ। ଅରିବନ୍ଦ ଚାହିଁଲେ ପରବର୍ତ୍ତୀ ସମୟରେ ଏହି ନାମକୁ ପରିବର୍ତ୍ତନ ବି କରି ପାରିବେ। ଜେଲରେ କେଜ୍ରିୱାଲଙ୍କୁ ଭେଟିବା ପାଇଁ ଦିଆଯାଇଥିବ‌ା ୬ଟି ନାମ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ସୁନୀତା, ପୁଅ ପୁଲକିତ, ଝିଅ ହର୍ଷିତା, ସାଙ୍ଗ ସନ୍ଦୀପ ପାଠକ, ପିଏ ବିଭବ କୁମାର ଓ ଅନ୍ୟ ଜଣେ ବନ୍ଧୁ ରହିଛନ୍ତି।

 

ସମ୍ବନ୍ଧିତ ଖବର