ଏପ୍ରିଲ ମାସରେ ଗୋଟିଏ ବି ଗାଡ଼ି ବିକ୍ରି କରିପାରିନାହିଁ ମାରୁତି

ନୂଆଦିଲ୍ଲୀ : ଏପ୍ରିଲ ମାସରେ ଦେଶର ଅଟୋମୋବାଇଲ ଶିଳ୍ପ ପାଇଁ ସବୁଠାରୁ କଷ୍ଟକର ସାବ୍ୟସ୍ତ ହୋଇଛି । ଏହି ମାସରେ ଶୋରୁମ ଗୁଡ଼ିକ ବନ୍ଦ ଥିବାରୁ ବିକ୍ରି ସର୍ବନିମ୍ନ ସ୍ତରକୁ ଖସିଆସଛି । ଦେଶର ବୃହତ୍ତମ କାର କମ୍ପାନି ମାରୁତି ସୁଜୁକୀ ଏପ୍ରିଲ ମାସରେ ଗୋଟିଏ ମାତ୍ର ଗାଡ଼ି ବିକ୍ରି କରିପାରି ନାହିଁ । ମାର୍ଚ୍ଚ ମାସରେ କମ୍ପାନିର ବିକ୍ରି ୪୯ ପ୍ରତିଶତ ହ୍ରାସ ପାଇଥିଲା । କିନ୍ତୁ ଏପ୍ରିଲ ମାସରେ ବିକ୍ରି ଶୂନ ରହିଛି । କେବଳ ମାରୁତି ନୁହେଁ, ଅନ୍ୟ ଅଟୋମୋବାଇଲ କମ୍ପାନି ମହିନ୍ଦ୍ରା, ଟାଟା ମୋଟର୍ସ ମଧ୍ୟ ସର୍ବନିମ୍ନ ବିକ୍ରି କରିଛନ୍ତି ।

କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ୱର ଅର୍ଥନୀତି ବିପର୍ଯ୍ୟନ୍ତ ହୋଇପଡ଼ିଛି । ଭାରତରେ ଗତ ପ୍ରାୟ ଏକମାସରୁ ଅଧିକ ସମୟଧରି ଚାଲିଥିବା ଲକଡାଉନ ଯୋଗୁଁ ଅଟୋମୋବାଇଲ ଶିଳ୍ପ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ମାର୍ଚ୍ଚ ମାସକୁ କୌଣସି ପ୍ରକାରେ ଚଳାଇ ନେଇଥିବା ଅଟୋମୋବାଇଲ କମ୍ପାନିମାନଙ୍କ ପାଇଁ ସବୁଠାରୁ କଷ୍ଟକରହୋଇପଡ଼ିଛି । ଲକଡାଉନ ଯୋଗୁଁ କାରଖାନା ଓ ଶୋରୁମଗୁଡ଼ିକ ବନ୍ଦ ଥିବାରୁ ବିକ୍ରି ହୋଇପାରିନାହିଁ । ମେ ମାସରେ ମଧ୍ୟ ସ୍ଥିତିରେ ସେତେଟା ସୁଧାର ସମ୍ଭାବନା କମ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର