ବଡ଼ଖବର: ସୁସ୍ଥ ହେଲେ ୧୪ କରୋନା ଆକ୍ରାନ୍ତ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୫୫

କେନ୍ଦ୍ରାପଡ଼ା କରୋନା ମୁକ୍ତ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସୀ ଖବର ଆସିଛି । ରାଜ୍ୟରେ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି। ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାରେ ଆଜି ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି  ଭୁବନେଶ୍ୱର ଓ ବାଲେଶ୍ୱରରୁ ୩-୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ କେନ୍ଦ୍ରାପଡ଼ା ଜିଲ୍ଲା କରୋନା ମୁକ୍ତ ହୋଇଛି । ପୂର୍ବରୁ ଏହି ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୫୫ ଜଣ ଭଲ ହୋଇଛନ୍ତି ।

ବର୍ତ୍ତମାନ ଏକାଥରେ ୧୪ ସୁସ୍ଥ ହେବାପରେ ଭୁବନେଶ୍ୱରରେ ମୋଟ୍ ପଜିଟିଭ୍ ୪୭ ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା ୩୦ ଏବଂ ସକ୍ରିୟ ସଂଖ୍ୟା ୧୬ ରହିଛି । ସେହିପରି ଭଦ୍ରକରେ ମୋଟ୍ ୧୯ ପଜିଟିଭ୍ ସଂଖ୍ୟା ଥିବାବେଳେ ୯ ସୁସ୍ଥ ଏବଂ ୧୦ ସକ୍ରିୟ ଅଛନ୍ତି । ଅନ୍ୟପଟେ ବାଲେଶ୍ୱରରେ ୨୦ ପଜିଟିଭଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ରହିଛି । ପୂର୍ବରୁ ପୁରୀ, କଟକ, ଢ଼େଙ୍କାନାଳ, କଳାହାଣ୍ଡି ଜିଲ୍ଲା କରୋନା ମୁକ୍ତ ହୋଇଥିଲା ।

ସମ୍ବନ୍ଧିତ ଖବର