ବଜାରରେ ନୂଆ ଟିଭିଏସ୍ ଆପାଚି ଆରଟିଆର୍-୧୬୦ ଓ ଆରଟିଆର-୧୮୦

ଭୁବନେଶ୍ୱର: ଟିଭିଏସ୍ ମୋଟର କଂପାନି ପକ୍ଷରୁ ୨୦୨୨ ଟିଭିଏସ୍ ଆପାଚି ଆର୍ଟିଆର୍ ୧୬୦ ଓ ୨୦୨୨ ଟିଭିଏସ୍ ଆପାଚି ଆର୍ଟିଆର୍ ୧୮୦କୁ ଲଞ୍ଚ୍ କରାଯାଇଛି । ଉନ୍ନତ ବାଇକ୍ ଚାଳନା ଅନୁଭୂତି ପ୍ରଦାନ କରିବା ଲାଗି ଏଥିରେ ନୂଆ ଉତ୍ସାହ ସୃଷ୍ଟିକାରୀ ଷ୍ଟାଇଲ୍ ଓ ସୁବିଧା ସୁଯୋଗ ବ୍ୟବହାର କରାଯାଇଛି । ବାଇକର ଶକ୍ତି ବୃଦ୍ଧି ପାଇଥିବା ବେଳେ ଆପାଚି ଆରଟିଆର ୧୬୦ର ଓଜନ ୨ କେଜି ଓ ଆପାଚି ଆରଟିଆର ୧୮୦ର ଓଜନ ୧ହ୍ରାସ ପାଇଛି ଯାହା ଫଳରେ ଉଭୟ ମୋଟରସାଇକଲର ଶକ୍ତି ଓ ଓଜନ ଅନୁପାତରେ ଉନ୍ନତି ପରିଲକ୍ଷିତ ହୋଇଛି ।

୨୦୦୫ରେ ଉନ୍ମୋଚନ ହେବା ପରଠାରୁ ଟିଭିଏସ୍ ଆପାଚି ଆରଟିଆର ପ୍ରଯୁକ୍ତି ଓ ନବସୃଜନ ଦୃଷ୍ଟିରୁ ସର୍ବଦା ଆଗରେ ରହିଛି ଏବଂ ପ୍ରଦର୍ଶନ ଦୃଷ୍ଟିରୁ  ନୂତନ ମାନଦଣ୍ଡ ଧାର୍ଯ୍ୟ କରିଛି । ଟିଭିଏସ୍ ଆପାଚି ଆରଟିଆରରେ କ୍ଷେତ୍ରର ବହୁ ପ୍ରଥମ ଓ ଶ୍ରେଷ୍ଠ ମାନର ସୁବିଧା ସୁଯୋଗ ଓ ପ୍ରଯୁକ୍ତି ରହିଛି ଯଥା ଫୁଏଲ୍ ଇଞ୍ଜେକ୍ସନ୍, ଏବିଏସ୍, ଡୁଆଲ୍ ଚ୍ୟାନେଲ୍ ଏବିଏସ୍, ସ୍ଲିପର୍ କ୍ଲଚ୍ ଓ ସ୍ମାର୍ଟଏକ୍ସକନେକ୍ଟ ରାଇଡ୍ ମୋଡ୍ସ ଓ ଏଲ୍ଇଡି ହେଡଲାମ୍ପ ଇତ୍ୟାଦି ।

୨୦୨୨ ଟିଭିଏସ୍ ଆପାଚି ଆରଟିଆର ୧୮୦ ସିରିଜ୍ କଳା ଓ ଧଳା ରଙ୍ଗରେ ଏବଂ ୨୦୨୨ ଟିଭିଏସ୍ ଆପାଚି ଆରଟିଆର ୧୬୦ କଳା, ଧଳା, ଲାଲ, ନୀଳ ଓ ଟି-ଗ୍ରେ ଭଳି ୫ଟି ରଙ୍ଗରେ ଉପଲବ୍ଧ ହୋଉଛି । ଦିଲ୍ଲୀରେ ଟିଭିଏସ୍ ଆପାଚି ଆର୍ଟିଆର୍ ୧୮୦ ଡିସ୍କ ବିଟିର ଦାମ୍ ୧,୩୦,୫୯୦ ଟଙ୍କା, ଟିଭିଏସ୍ ଆପାଚି ଆର୍ଟିଆର୍ ୧୬୦ ଡିସ୍କ ବିଟି ୧,୨୪,୫୯୦ ଟଙ୍କା, ଟିଭିଏସ୍ ଆପାଚି ଆରଟିଆର ୧୬୦ ଡିସ୍କର ଦାମ୍ ୧,୨୧,୨୯୦ ଟଙ୍କା ଓ ଟିଭିଏସ୍ ଆପାଚି ଆର୍ଟିଆର୍ ୧୬୦ ଡ୍ରମ୍ର ଦାମ୍ ୧,୧୭,୭୯୦ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର