ପୁଣି ତିନି ମାସ ବଢିପାରେ ରିଜର୍ଭ ବ୍ୟାଙ୍କର ଋଣ କିସ୍ତି କୋହଳ ସମୟ

ବେଜିଂ: ଦେଶରେ ଲକଡାଉନ ମିଆଦ ବୃଦ୍ଧି ହେବା ପରେ ନିଜର ତିନିମାସିଆ ଋଣ ପରିଶୋଧ ମୋରାଟୋରିୟମ ( କୋହଳ ସମୟ)କୁ ଆଉ ତିନିମାସ ପାଇଁ ବୃଦ୍ଧି କରିବାକୁ ରିଜର୍ଭ ବ୍ୟାଙ୍କ ବିଚାର କରୁଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦେଶରେ ଲକଡାଉନ ସମୟ ଆଉ ୨ ସପ୍ତାହ ବୃଦ୍ଧି ହେବା ପରେ ଏହି କୋହଳତା ସମୟକୁ ବୃଦ୍ଧି କରିବାକୁ ଶିଳ୍ପ ଜଗତ ଓ ଅନ୍ୟ ଗ୍ରାହକମାନେ ଦାବି କରୁଛନ୍ତି । ପ୍ରାୟ ଦେଢ ମାସ ଧରି ଲକଡାଉନ ଚାଲିବା ପରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି ଓ ଆସନ୍ତା ମେ ୧୭ରେ ଲକଡାଉନ ଖୋଲିବା ପରେ ମଧ୍ୟ ଋଣଗ୍ରହୀତାମାନେ ମଧ୍ୟ କିସ୍ତି ପରିଶୋଧ କରିବାନେଇ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା କରାଯାଉଛି ।

ରିଜର୍ଭ ବ୍ୟାଙ୍କ ଗତ ମାର୍ଚ୍ଚ ୨୮ରେ ତିନିମାସିଆ ମୋରାଟୋରିୟମ ଘୋଷଣା କରିଥିଲା । ଏହି ସୁବିଧା ମାର୍ଚ୍ଚ ରୁ ମେ ପର୍ଯ୍ୟନ୍ତ ଘୋଷଣା କରାଯାଇଥିଲା । ରିଜର୍ଭ ବ୍ୟାଙ୍କର ଘୋଷଣା ପରେ ବ୍ୟାଙ୍କମାନେ ଏହାକୁ ଲାଗୁ କରିଥିଲେ । ତେବେ ଏହି ସମୟରେ ବ୍ୟାଙ୍କମାନେ ସୁଧ ଆହାୟ କରୁଥିବାରୁ ଏହାକୁ ନେଇ ଗ୍ରାହକମାନେ ଅସନ୍ତୋଷ ପ୍ରକଟ କରିଥିଲେ ।

ସମ୍ବନ୍ଧିତ ଖବର