ପୁଲିସ ଆଗରେ ଗୁହାରୀ କଲେ ସ୍ୱାମୀ: ସାର୍‌! ମୋତେ ବଞ୍ଚାଇ ଦିଅନ୍ତୁ, ପତ୍ନୀ ମୋତେ ଜବରଦସ୍ତି ଏପରି କାମ କରିବାକୁ ବାଧ୍ୟ କରୁଛନ୍ତି

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଦନକୌର ଅଞ୍ଚଳରେ ପୁଲିସ ଷ୍ଟେସନ୍‌କୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଯୁବକ ବୁଧବାର ପୁଲିସ ଷ୍ଟେସନ୍‌ରେ ପହଞ୍ଚି କହିଛନ୍ତି, ‘ସାର ମୋର ପତ୍ନୀ ମୋତେ ଘରର ସବୁକାମ କରିବାକୁ କହୁଛି। ଏମିତିକି କପଡ଼ା କାଚିବାଠାରୁ ଆରମ୍ଭ କରି ପୋଷାକ ଧୋଇବା, ଘର ପୋଛିବା ପର୍ଯ୍ୟନ୍ତ ସମସ୍ତ କାମ ଜୋର ଜବରଦସ୍ତି କରିବାକୁ ପ୍ରତ୍ୟେକ ଦିନ ପତ୍ନୀ ବାଧ୍ୟ କରୁଛି। ଓ ନିଜେ ଗୋଡ ଉପରେ ଗୋଡ ପକାଇ ବସି ରହୁଛି। ଏହି ସବୁ କାମ କରିବି ନାହିଁ ବୋଲି ମନା କରିବାରୁ ସେ ମୋ ନାମରେ ମିଥ୍ୟା ଯୌତୁକ ନିର୍ଯାତନା ଦେବ ବୋଲି ଧମକ ମଧ୍ୟ ଦେଉଛି।’

ଏଭଳି ଏକ ମାମଲା ଦନକୌର କୋତବାଲିର ଉରସାନପୁରରେ ଘଟିଛି। ଏହି ବ୍ୟକ୍ତିଙ୍କ ଗୁହାରି ହେଉଛି ପୁଲିସ ତାଙ୍କୁ ସାହଯ୍ୟ କରି ପତ୍ନୀଙ୍କ ଏହି ଅତ୍ୟାଚାରରୁ ତାଙ୍କୁ ବଞ୍ଚାନ୍ତୁ।

ସମ୍ବନ୍ଧିତ ଖବର