ପତ୍ନୀଙ୍କୁ ପରପୁରୁଷ ସହ ଅସଂଯତ ଅବସ୍ଥାରେ ଦେଖି ହତ୍ୟାକାରୀ ସାଜିଲେ ସ୍ବାମୀ

ଫିରୋଜାବାଦ୍‌: ଉତ୍ତରପ୍ରଦେଶର ଫିରୋଜାବାଦ୍‌ରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ପତ୍ନୀ ପରପୁରୁଷ ସହ ସଂପର୍କ ରଖିବା ବେଳେ ସ୍ବାମୀ ଆଖିରେ ପଡ଼ିଯିବାରୁ ଘଟିଛି ହତ୍ୟାକାଣ୍ଡ। ପତ୍ନୀଙ୍କ ପ୍ରେମିକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ୍‌ ଏବେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ହେଉଛି ଅନୈତିକ ସଂପର୍କ।

ସୂଚନାରୁ ପ୍ରକାଶ ଯେ ଅଭିଯୁକ୍ତ ଦର୍ଶନ ସିଂହ ନିଜ ପତ୍ନୀଙ୍କୁ ରାମବିଳାସ ସିଂହଙ୍କ ସହ ଅସଂଯତ ଅବସ୍ଥାରେ ଦେଖିବା ପରେ ନିଜ କ୍ରୋଧ ସମ୍ଭାଳି ପାରି ନଥିଲେ। ଏହାପରେ ସେ ଯୋଜନା କରି ରାମବିଳାସଙ୍କୁ ହତ୍ୟା କରିବାକୁ ପଛାଇ ନଥିଲେ।

ପତ୍ନୀଙ୍କ ସହ ରାମବିଳାସର ଅନୈତିକ ସଂପର୍କ ଅଛି ବୋଲି ଜାଣିବା ପରେ ଦର୍ଶନ ସିଂହ ଯୋଜନା କରି ରାମବିଳାସଙ୍କୁ ତାଙ୍କ ଘରକୁ ଡାକିଥିଲେ। ସେ ଘରକୁ ଆସିବା ପରେ ଦର୍ଶନ ତାଙ୍କ ଭାଇ ସହ ମିଶି ରାମବିଳାସଙ୍କୁ ହତ୍ୟା କରି ଏକ କୂଅରେ ଫୋପାଡ଼ି ଦେଲେ। ଏହି ହତ୍ୟା ମାମଲା ବିଷୟରେ ଜାଣିବା ପାଇଁ ପୁଲିସ୍‌ ତୁରନ୍ତ ଏକ ଟିମ୍‌ ଗଠନ କରିଥିଲା। ଟିମ୍‌ ଏହାର ଖୋଳତାଢ଼ କରିବାକୁ ଅନୈତିକ ସଂପର୍କ ଯୋଗୁ ହିଁ ଏପରି ଘଟିଛି ବୋଲି ଜାଣିବାକୁ ମିଳିଛି। ପୁଲିସ୍‌ ଏବେ ସୁଦ୍ଧା ଦର୍ଶନ ଓ ତାଙ୍କ ଭାଇଙ୍କୁ ଗିରଫ କରିଛି। ଖୁବ୍ ଶୀଘ୍ର ଦର୍ଶନଙ୍କ ପତ୍ନୀଙ୍କୁ ବି ଗିରଫ କରାଯିବ। ଘଟଣା ଘଟିବା ପରେ ଦର୍ଶନଙ୍କ ପତ୍ନୀ କେଉଁଆଡ଼େ ଫେରାର୍‌ ହୋଇଯାଇଛନ୍ତି।

 

ସମ୍ବନ୍ଧିତ ଖବର