ବଜ୍ରପାତରେ ୩ ଗୋରୁ ମୃତ

ଢେଙ୍କିକୋଟ: ଶନିବାର ଅପରାହ୍ଣ ୨ ଟା ରୁ ୩ ଟା ମଧ୍ୟରେ ଢେଙ୍କିକୋଟ ଓ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଘନଘନ ବଜ୍ରପାତ, ପ୍ରବଳ ପବନ ବହିବା ସହ ବର୍ଷା ଲାଗି ରହିଥିଲା।

ବଜ୍ରପାତ ଯୋଗୁଁ ତଣ୍ଡିବେଡା-ସୀତାବିଞ୍ଜି ରାସ୍ତାର ସୀତାନଦୀ କୂଳରେ ଚରୁଥିବା ୨ଟି ବଳଦ ଓ ଗୋଟିଏ ଗାଈ ପ୍ରାଣ ହରାଇଛନ୍ତି। ତଣ୍ଡିବେଡ଼ା ଗ୍ରାମର ଟଙ୍କଧର ମହାନ୍ତଙ୍କର ଦୁଇଟି ବଳଦ ଓ ଅଜୟ ନାୟକଙ୍କର ଗୋଟିଏ ଗାଈ ବଜ୍ରପାତରେ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର