ସଟ୍ଟା ଖେଳରେ ଚଢ଼ଉ, ୪ ଗିରଫ

ରାଉରକେଲା: ସଟ୍ଟା ଖେଳ ଅଭିଯୋଗରେ ଉଦିତନଗର ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ମାଲଗୋଦାମ ଅଞ୍ଚଳର ସୋନୁ ସାହୁ (୨୫), ରାକେଶ ରୋସନ ଡୁଙ୍ଗୁଡୁଙ୍ଗୁ (୩୨), ଆମ୍ବେଦକର ନଗରର କ୍ରିଷ୍ଣା ବାହାଦୁର (୪୪), ସେକ୍ଟର-୧୫ ସି ବ୍ଲକ୍‌ର ଜି ରାମେଶ୍ବର ରାଓ (୩୬)। ଅଭିଯୁକ୍ତଙ୍କ ଠାରୁ ୧୦,୦୦୦ ଟଙ୍କା, ୨ଟି କାଲକ୍ୟୁଲେଟର୍‌, ୪ଟି ମୋବାଇଲ୍‌ ଓ ହୋଣ୍ଡା ଆକ୍ଟିଭା (ଓଡ଼ି-୧୪-କ୍ବୁ-୦୯୫୨) ସ୍କୁଟି ଜବତ କରିଛି।

ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକମାନେ ବିଭିନ୍ନ ଅଞ୍ଚଳରେ ଜୁଆ ସଟ୍ଟା ଖେଳ କରାଉଥିବା ନେଇ ପୂର୍ବରୁ ଥାନାରେ ଅଭିଯୋଗ ରହିଛି। ଗତକାଲି ବିଳମ୍ବିତ ରାତିରେ ବାସନ୍ତୀ କଲୋନି ଓଭର ବ୍ରିଜ୍‌ ତଳେ ୪ଜଣ ଅଭିଯୁକ୍ତ ସଟ୍ଟା ଖେଳୁଥିଲେ। ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର