କୁଲଡିହା ଅଭୟାରଣ୍ୟରେ ରାତି ଅଧିଆ କମ୍ବିଂ ଅପରେସନ, ୬ ଶିକାରୀ ଗିରଫ

ମୟୁରଭଞ୍ଜ: କୁଲଡିହା ଅଭୟାରଣ୍ୟରେ ଶିକାରୀ ଗୁଳିରେ ବନ କର୍ମଚାରୀ ଆହତ ହେବା ପରେ ଏବେ ଆକ୍ସନ ମୋଡରେ ବନ ବିଭାଗ । ଅଭୟାରଣ୍ୟରେ ରାତି ଅଧିଆ କୁମ୍ବିଂ ଅପରେସନ କରି ୬ ଶିକାରୀଙ୍କୁ ଗିରଫ କରାଯାଇଛି । କୁଲଡିହା ବନ ବିଭାଗ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ର୍ଫୋସ ଓ ନୀଳଗିରି ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଡେଉଁଚଖାଲ ଅଂଚଳରୁ ୬ ଜଣଙ୍କୁ ଗିରଫ କରାଯାଇଛି ।

ଶିକାରୀ ମାନଙ୍କଠାରୁ ୬ଟି ବନ୍ଧୁକ ମଧ୍ୟ ଜବତ ହୋଇଛି । ଅଭିଯୁକ୍ତମାନେ ଅଭୟାରଣ୍ୟରେ ବନ୍ୟ ଜନ୍ତୁଙ୍କୁ ଶିକାର କରୁଥିବା ଜଣାପଡ଼ିଛି ।ତିନି ଦିନ ତଳେ ଧରାପଡ଼ିଯିବା ଭୟରେ ଅଭୟାରଣ୍ୟରେ ଜଣେ ବନ କର୍ମଚାରୀଙ୍କୁ ଗୁଳି କରି ଶିକାରୀମାନେ ଫେରାର ହୋଇଯାଇଥିଲେ । ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ହୋଇଥିଲା । ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏବେ ଅଭୟାରଣ୍ୟକୁ ଶିକାରୀମୁକ୍ତ କରିବାକୁ ବନ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଉଛି ।

ସମ୍ବନ୍ଧିତ ଖବର