ବୌଦ୍ଧ ଜିଲ୍ଲା ଭାରତୀୟ କିସାନ ସଙ୍ଘ ପକ୍ଷରୁ ଅକ୍ଷୟ ତୃତୀୟା ପାଳିତ

ଲକ୍ଷ୍ମୀପ୍ରସାଦ: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭାରତୀୟ କିସାନ ସଙ୍ଘର ବୌଦ୍ଧ ଜିଲ୍ଲା ଆନୁକୂଲ୍ୟରେ ଜିଲ୍ଲା ଉପଦେଷ୍ଟା ନବୀନ ପ୍ରଧାନଙ୍କ ଅଧ୍ୟକ୍ଷତରେ ବୌଦ୍ଧ ବ୍ଲକ ମୃଶୁଣ୍ଢୀ ପଂଚାୟତ ତେତେଲେଙ୍ଗା ଗ୍ରାମରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏଥିରେ କୃଷି ଦେବତା ପ୍ରଭୁ ବଳାରାମଙ୍କ ଠାରେ ପୂଜନ କରାଯାଇ ମାଟି ମା’ଙ୍କୁ ପ୍ରଣାମ କରି ମୁଠି ଅନୁକୂଳ କରାଯାଇ ଥିଲା। କର୍ତ୍ତା ଭାବେ ବିପିନ ବିହାରୀ ପ୍ରଧାନ ଦାୟିତ୍ୱ ତୁଲାଇ ଥିବା ବେଳେ ନବୀନ ହୋତା ପୂଜାକାର୍ଯ୍ୟ ତୁଲାଇଥିଲେ। ଏବର୍ଷ ଫସଲ ଉତ୍ତମ ହେଉ ବୋଲି ଉତ୍ସବରେ ଉପସ୍ଥିତ ଶତାଧିକ ଚାଷୀ ପ୍ରଭୁ ବଳରାମ ଓ ମାଟିମା’ଙ୍କୁ ଭକ୍ତିପୁତ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

ଆସନ୍ତା ଜୁନ ମାସ ତେଇଶି ତାରିଖରେ ସାଲୁଁକି ନଦୀର ଗମ୍ଭୀରା ଦର୍ହ, ଖଡ଼ଙ୍ଗ ନଦୀର ସାଡାଙ୍ଗ ଠାରେ ଜଳଭଣ୍ଡାର ନିର୍ମାଣ ଦାବି ପାଇଁ ଜୋରଦାର ଚାଷୀ ଆନ୍ଦୋଳନ କରିବା ପାଇଁ ବ୍ୟାପକ ପ୍ରଚାର ପ୍ରଶାର କରାଯିବା ପାଈଁ ଆଲୋଚନା କରାଗଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ବିସିକେଶନ ପ୍ରଧାନ, ପ୍ରବୀଣ ପ୍ରଧାନ , ଗଣେଶ ବେହେରା, ରବି ନାରାୟଣ ଦେଓ, ଭୋଳଗିରି ସାହୁ, ଲବ ପ୍ରଧାନ, ତ୍ରିପୁର ମହାକୁଡ଼, ନିରଞ୍ଜନ ଗିରି, ସତ୍ୟାନନ୍ଦ ପାଣ୍ଡେ, ଗଣ୍ଡା ବିଶି ପ୍ରମୁଖ ସତାଧିକ ଚାଷୀ ଉପସ୍ଥିତ ଥିଲେ। ତେତେଲେଙ୍ଗା ଗ୍ରାମର ଚାଷୀ ଭାଇମାନେ ପୂର୍ଣ୍ଣ ସହଯୋଗ କରିଥିବାରୁ ତାଙ୍କୁ ସଂଘ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ସମ୍ବନ୍ଧିତ ଖବର